ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର ଏ ବିଷୟକୁ ନେଇ ସଚେତନ ଅଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ତାଦିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ଏବଂ ଏ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଜିରୋ ଟଲରାନ୍ସ ନୀତି ହେବ । ଘଟଣାରେ ଯିଏ କେହି ବି ଥାଉ, କାହାକୁ ବି ଛଡ଼ା ଯିବନି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପହଞ୍ଚି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ପଚରାଉଚରା କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମିନତୀ ବେହେରା କହିଛନ୍ତି ଯେ, ମହିଳା କମିଶନ ଏନେଇ ନିଜ ତରଫରୁ ଏକ ମାମଲା ରୁଜୁ କରିଛନ୍ତି ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି କରିଛୁ । ଏଥିସହ ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ, ପୀଡ଼ିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି । ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଅସଦାଚରଣ ମାମଲାର ରାଜନୈତିକ ରୂପ ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏହି ମାମଲାରେ ଓଡ଼ିଶା ପୋଲିସକୁ ସମାଲୋଚନା କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ନବୀନ। ଏହା ସହ ଏ ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ସେନା ଅଧିକାରୀ  । ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ଙ୍କ ଚିଠିରେ ଲେଖାଯାଇଛି ଯେ, ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି । କମିଶନରେଟ୍‌ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଛି । ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରାଯାଉଛି । ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଦୁର୍ବ୍ୟବହାର କରିଥିଲେ ଏନେଇ ଥାନାକୁ ଏତଲା ଦେବାକୁ ଆସି ମାଡ଼ ଖାଇଥିଲେ ଉଭୟେ ।


Also Read- Weekly Lucky Zodiac Sign: ଭଦ୍ରା ରାଜଯୋଗ ପ୍ରଭାବ, ୨୩ରୁ ୨୯ ସେପ୍ଟେମ୍ୱର ମଧ୍ୟରେ ୫ଟି ରାଶିକୁ ମିଳିବ ଶୁଭଫଳ


Also Read- Top 10 News Today: ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର