Top 10 News Today: ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2439013

Top 10 News Today: ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୩ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ସମୟ ମଧ୍ୟରେ ସେ  ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟିବେ। ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ତେବେ ଟ୍ରମ୍ପଙ୍କ ସହ ହୋଇଥିବା ବୈଠକରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଠୋସ୍ ଉତ୍ତର ଦିଆଯାଇ ନାହିଁ। ଦୁଇ ନେତାଙ୍କ ବୈଠକକୁ ଏଡ଼ାଇ ଦିଆଯାଇ ନାହିଁ। ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପ୍ରସଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। 

Headlines 02- ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲକୁ ହ୍ୟାକ୍ କରାଯାଇଥିଲା। କ୍ରିପ୍ଟୋକରେନ୍ସି ସହିତ ଜଡିତ ବିଜ୍ଞାପନଗୁଡ଼ିକ ଏଥିରେ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଥିଲା। ଆମେରିକୀୟ କମ୍ପାନୀ ରିପଲ୍ ଲ୍ୟାବ ଦ୍ୱାରା ବିକଶିତ ହୋଇଥିବା କ୍ରିପ୍ଟୋକରେନ୍ସି ସହିତ ଏଗୁଡ଼ିକ ଜଡିତ ଥିଲା। ହ୍ୟାକ୍ ହୋଇଥିବା ଚ୍ୟାନେଲରେ ଏକ ଖାଲି ଭିଡିଓ ପ୍ରସାରିତ ହୋଇଥିଲା। ଆମେରିକୀୟ କମ୍ପାନୀ 'ରିପଲ୍ ଲ୍ୟାବସ୍' ଦ୍ୱାରା ନିର୍ମିତ 'କ୍ରିପ୍ଟୋକରେନ୍ସି'କୁ ପ୍ରୋତ୍ସାହିତ କରୁଥିବା ଏକ ଭିଡିଓ ସୁପ୍ରିମକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଥିଲା।

Headlines 03- ମହାରାଷ୍ଟ୍ରର ନାଶିକ ସହର ପରେ ଆଜି ଧୁଲେ ସହରରେ ସମାନ ପରିବାରର ଚାରିଜଣ ସଦସ୍ୟଙ୍କ ଆତ୍ମହତ୍ୟା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସହରର ପ୍ରମୋଦ ନାଗର ଅଞ୍ଚଳରେ ରହୁଥିବା ଜିରାସ ପରିବାରର ସ୍ୱାମୀ ଏବଂ ପତ୍ନୀ ସେମାନଙ୍କର ଦୁଇ ପିଲାଙ୍କ ସହ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଧୁଲେ ଜିଲ୍ଲାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ପରିବାର ଆତ୍ମହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ନାମ ପ୍ରବୀଣ ଜିରାସ, ଦୀପା ପ୍ରବୀଣ ଜିରାସେ, ମିତେଶ ପ୍ରବୀଣ ଜିରାସ ଏବଂ ସୋହମ ପ୍ରବୀଣ ଜିରାସ ବୋଲି ଜଣାପଡିଛି।

Headlines 04-  ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପହଞ୍ଚି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ପଚରାଉଚରା କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମିନତୀ ବେହେରା କହିଛନ୍ତି ଯେ, ମହିଳା କମିଶନ ଏନେଇ ନିଜ ତରଫରୁ ଏକ ମାମଲା ରୁଜୁ କରିଛନ୍ତି ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି କରିଛୁ । ଏଥିସହ ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ, ପୀଡ଼ିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି ।

Headlines 05- ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଅସଦାଚରଣ ମାମଲାର ରାଜନୈତିକ ରୂପ ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏହି ମାମଲାରେ ଓଡ଼ିଶା ପୋଲିସକୁ ସମାଲୋଚନା କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ନବୀନ। ଏହା ସହ ଏ ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି।

Headlines 06- ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ  । ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ଙ୍କ ଚିଠିରେ ଲେଖାଯାଇଛି ଯେ, ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି ।

Headlines 07- ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଛି କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରାଯାଉଛି । ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଦୁର୍ବ୍ୟବହାର କରିଥିଲେ ଏନେଇ ଥାନାକୁ ଏତଲା ଦେବାକୁ ଆସି ମାଡ଼ ଖାଇଥିଲେ ଉଭୟେ ।

Headlines 08- ଆମେରିକାରେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ମାମଲା ବର୍ତ୍ତମାନ ପୋଲିସ ଷ୍ଟେସନରେ ପହଞ୍ଚିଛି। ଶିଖ ସମ୍ପ୍ରଦାୟର ଧାର୍ମୀକ ଭାବନାକୁ ଆହାତ ପହାଞ୍ଚାଇବାକୁ ନେଇ ଛତିଶଗଡର ରାଜଧାନୀ ରାୟପୁରରେ ବିଜେପି ନେତା ଅମରଜିତ ଛାବ୍ରାଙ୍କ ଅଭିଯୋଗ ଉପରେ ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ଭାରତୀୟ ଜଷ୍ଟିସ୍ କୋଡର ଧାରା ୨୯୯ ଏବଂ ୩୦୨ (ବିଏନ୍ଏସ୍ ୧୦୩) ଅନୁଯାୟୀ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। 

Headlines 09- ଗ୍ରାମ ଉନ୍ନୟନ ବିଭାଗର ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ଏନ୍‍ଭି ହରିହର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ତାଙ୍କ ଆଫିସ ଓ ସରକାରୀ ବାବସଭବନ ସମେତ ରାଜ୍ୟର ୧୧ଟି ସ୍ଥାନରେ ଚଢ଼ଉ କରାଯାଉଛି। ଏହି କାର୍ଯ୍ୟରେ ୧୧ଜଣ ଡିଏସ୍‍ପି, ୭ ଜଣ ଇନ୍ସପେକ୍ଟର ଏବଂ ୧୧ ସବ୍‍ଇନ୍ସପେକ୍ଟର ସାମିଲ୍‍ ରହିଛନ୍ତି। ଭୁବନେଶ୍ୱର, କନ୍ଧମାଳ, ବ୍ରହ୍ମପୁର କେନ୍ଦୁଝର ପ୍ରଭୃତି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଜମା ମାମଲାରେ ତାଙ୍କୁ ଆରୋପିତ କରାଯାଇଛି। ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ଥିବାରୁ ସମ୍ପତ୍ତି ଜବତ ବାବଦୀୟ ତଥ୍ୟ ବାବଦରେ ଭିଜିଲାନ୍ସ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। 

Headlines 10- ଉତ୍ତର- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨ ,୨୩ ତାରିଖ ବେଳକୁ  ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ୨୩ରୁ ଓଡି଼ଶାରେ ବର୍ଷା ଆରମ୍ଭ ହେବ। ଅତି କମ୍ ରେ ୪୮ ଘଣ୍ଟା ବର୍ଷିବ। ପ୍ରାକ୍ ଆକଳନ ଅନୁସାରେ,ଏହା ସାରା ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ।  ଅବପାତ ନ ହେଲେ ବର୍ଷାର ପରିମାଣ କମିବ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।