ଭୁବନେଶ୍ୱର: ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀରକୁ ଏକ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି ପାର୍ଟି ଅଫିସ ଏବଂ ପରେ ଶଙ୍ଖ ଭବନକୁ ନିଆଯାଇଥିଲା । ଅନେକ ବରିଷ୍ଠ ନେତା ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପ ପ୍ରଦାନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆସନ୍ତାକାଲି ଖଲ୍ଲିକୋଟରେ ରାଜ ପରିବାର ଶ୍ମଶାନ ଘାଟରେ ରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଗତକାଲି ରାତି ୧୨ଟା ୪୪ ମିନିଟ ସମୟରେ ୮୭ ବର୍ଷ ବୟସରେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଥିଲା। ପୂର୍ବରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ଉତ୍କଳ କଂଗ୍ରେସରୁ ପରେ ଜନତା ପାର୍ଟି ଏବଂ ବିଜୁ ଜନତା ଦଳରୁ ସମୁଦାୟ ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁଜ୍ଞାନ କୁମାରୀ । ତାଙ୍କ ମୃତ୍ୟୁରେ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି ।


Also Read- ଟିଭି ଦେଖିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ୬ ଗୁରୁତର


Also Read- Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍