Geeta Meheta Pass Away: ୮୦ ବର୍ଷ  ବୟସରେ ମୃତ୍ୟୁ ବରଣ କରିଛନ୍ତି ପ୍ରଖ୍ୟାତ ଲେଖିକା ଓ ସାମ୍ବାଦିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ(CM Naveen Pattnaik) ଭଉଣୀ ଗୀତା ମେହେଟ୍ଟା(Geeta Mehta) ଗତ କାଲି ଅର୍ଥାତ  ସେପ୍ଚମ୍ବର ୧୬ ତାରିଖ ଶନିବାର ଦିଲ୍ଲୀ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ନୂଆଦିଲ୍ଲୀରେ ସମ୍ପନ୍ନ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ।ଭଉଣୀଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଗୀତାଙ୍କ ଶେଷ ଦର୍ଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନ ଯେଗେ ଦିଲ୍ଲୀ ଯିବେ।


COMMERCIAL BREAK
SCROLL TO CONTINUE READING

ବିଜୁ ପଟ୍ଟନାୟକଙ୍କ(Biju Pattnaik) ଏକ ମାତ୍ର ଝିଅ ଗୀତା ମେହେଟ୍ଟା। ୧୯୪୩ ମସିହାରେ ଦିଲ୍ଲୀ ଠାରେ ଜନ୍ମଗ୍ରହଣ କରିଥିଲେ ଜଣାଶୁଣା ଲେଖିକା ଗୀତା ମେହେଟ୍ଟା। ଭାରତ ଏବଂ ବ୍ରିଟେନ ସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଠାରେ ଶିକ୍ଷା ଲାଭ କରିଥିଲେ ସେ। ଜଣେ ଲେଖିକା ଭାବରେ ଗୀତା ମେହେଟ୍ଟା ଅନେକ ପୁସ୍ତକ ଲେଖିଥିଲେ। ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ହେଉଛି Karma Cola,Snake and Ladders,A River Sutra, Raj and The Eternal Ganesha। ଆମେରିକାର ଜଣେ ପ୍ରଖ୍ୟାତ ପ୍ରକାଶକ ସ୍ୱର୍ଗତ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ ।


ଗତ ୨୦୧୯ ବର୍ଷରେ ଲେଖିକା ଗୀତା ମେହେଟ୍ଟାଙ୍କୁ ଦେର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ "ପଦ୍ମଶ୍ରୀ" ଦେବା ପାଇଁଣ ବିଚାର କରାଯାଇଥିଲା। ହେଲେ ସେ ରାଜନୈତିକ କାରଣରୁ ପୁରସ୍କାର ନେବାକୁ ମନା କରି ଦେଇଥିଲେ। ବ୍ରିଟେନ, ୟୁରୋପୀୟ ଏବଂ ଆମେରିକୀୟ ନେଟୱାର୍କ ପାଇଁ ୧୪ ଟେଲିଭିଜନ ଡକ୍ୟୁମେଣ୍ଟାରୀ ଲାଗି ପ୍ରସ୍ତୁତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି। ୧୯୭୦ ଦଶକରେ ସେ ଆମେରିକୀୟ ଟେଲିଭିଜନ୍ ନେଟୱାର୍କ NBC ପାଇଁ ଟେଲିଭିଜନ୍ ଯୁଦ୍ଧ ସମ୍ବାଦଦାତା ଭାବେ କାର୍ଯ୍ୟ କରିଥିଲେ। ବାଂଲାଦେଶ ବିପ୍ଳବ ସହ ଜଡ଼ିତ ତାଙ୍କର ଚଳଚ୍ଚିତ୍ର ସଙ୍କଳନ ଉଭୟ ଦେଶ ବିଦେଶର ସିନେମାଘରରେ ପ୍ରଦର୍ଶିତ ହୋଇଥିଲା।


Also read: Odisha: ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀ ଗୀତା ମେହେଟ୍ଟା