ଭୁବନେଶ୍ଵର: ପ୍ରତି ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଦିବସ ଅବସରରେ ଗୁରୁବାର ବଡ଼ ଘୋଷଣା କରିଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାର ନାମ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସରକାରୀ ସ୍କୁଲରେ ପିଲା ସଂଖ୍ୟା କମୁଥିବାରୁ ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ଘରୋଇ ସ୍କୁଲକୁ ନଯାଇ ସମସ୍ତେ ଏହି ସ୍କୁଲକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ। ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୁଜ ସଦୃଶ। ତ୍ରିଭୁଜର ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥା ତ୍ରିଭୁଜର ତିନି ବାହୁ। ତିନି ବାହୁ ଏକାଠି କାର୍ଯ୍ୟ କଲେ ଶିଷ୍ୟର ଜୀବନ ସୁସଂଗଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫ଶହ ସ୍କୁଲ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାତୟରେ ଖୋଲିବ ଏହି ସ୍କୁଲ। ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ।