ଭୁବନେଶ୍ବର: ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

https://x.com/CMO_Odisha/status/1819962675100557805?t=NyY5yFSUL73Ppf3iRUcvoQ&s=19


ମୁଖ୍ୟମନ୍ତ୍ରୀ ନିଜର ‘ଏକ୍ସ’ରେ ଲେଖିଛନ୍ତି ଯେ, ୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଓଡ଼ିଆ ଭାଷାରେ ସମ୍ବାଦ ପରିବେଷଣ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରୁଥିବା ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ସାଧୁବାଦ।