Commissionrate Police: ଭୁବନେଶ୍ୱର: ରାଜଧାନୀରେ ଆତ୍ମହତ୍ୟା ସହ ଜଡ଼ିତ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ ନିଶ୍ଚିତ ଭାବେ କରାଇବ। ପ୍ରତିଦିନ ହାରାହାରି ସଂଖ୍ୟାରେ ଜଣେ ଲୋକ ଆତ୍ମହତ୍ୟା କରୁଛି। କିଏ ମାନସିକ ଚାପରେ ରହି ଆତ୍ମହତ୍ୟା କରୁଛି ତ ପୁଣି କେହି ପ୍ରେମରେ ବିଫଳ ହୋଇ ଜୀବନ ହାରିବାର ବିଭିନ୍ନ ଉପାୟକୁ ଆପଣାଇ ନେଉଛି। ଟ୍ରେନ ଆଗକୁ ଡେଇଁ କେହି ଜୀବନ ହାରୁଛି ତ ପୁଣି କେହି ଫ୍ୟାନରେ ଝୁଲି ପଡ଼ୁଛି। ତେବେ ଏହି ତଥ୍ୟ ଖୋଦ କମିସନରେଟ ପୋଲିସ ପ୍ରଦାନ କରିଛି। ଲୋକେ କ୍ଷିକ ଉତ୍ତେଜନାରେ ମାନସିକ ସ୍ଥିତିର ସନ୍ତୁଳନ ହରାଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିନେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

କମିସନରେଟ ପୋଲିସ ମୁତାବକ ଗତ ଦେଢ ବର୍ଷରେ ୫୦୦ରୁ ଅଧିକ ଲୋକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ୨୦୨୨ ମସିହାରେ ୩୩୪ ଜଣ ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୨୧୬ ଜଣ ଏହି ଚରମ ନିଷ୍ପତ୍ତି ଆପଣାଇ ନେଇଛନ୍ତି। ତେବେ ସବୁଠାରୁ ଉଦବେଗର କଥା ହେଉଛି କି ଆତ୍ମହତ୍ୟାର ବାଟ ଆପଣାଇ ନେଉଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଯୁବପିଢି ରହିଛନ୍ତି। ଏହି ଦେଢ ବର୍ଷରେ ଯେଉଁ ସଂଖ୍ୟା ସାମ୍ନାକୁ ଆସିଛି ସେଥି ମଧ୍ୟରେ ୭୦ ପ୍ରତିଶତ କେବଳ ଯୁବପିଢି ରହିଥିବା ଜଣାପଡିଛି। ତେବେ ପ୍ରତି ମାସରେ ପାଖାପାଖି ୩୦ ଜଣଙ୍କ ଜୀବନ ଏହି ରାସ୍ତାରେ ଯାଉଥିବା ନେଇ କମିସନରେଟ ପୋଲିସ ସୂଚନା ପ୍ରଦାନ କରିଛି। 


କମିସନରେଟ ପୋଲିସ ଅନୁଯାୟୀ ୩ଟି ଥାନା ଅଞ୍ଚଳରେ ଏହି ସ୍ଥିତି ବେଶ ସଂଗୀନ ରହିଛି। ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ୧୨୯ ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ଭରତପୁର ଅଞ୍ଚଳରେ ୮୯ ଟି ମାମଲା ସହିତ ଦ୍ୱିତୀୟ ଓ ଭରତପୁର ଅଞ୍ଚଳ ୮୯ଟି ମାମଲା ସହିତ ତୃତୀୟ ସ୍ଥାନରେ ରହିଛି। ସେହିପରି ଇନଫୋସିଟି ଥାନା ଅଞ୍ଚଳରେ ୩୨, ନୂଆପଲ୍ଲୀ ଅଞ୍ଚଳରେ ୨୯ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୩ ଜଣ ରହିଛନ୍ତି। 


ତେବେ ଆତ୍ମହତ୍ୟା ଜନିତ ମାମଲାରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ ପୋଲିସ। ରୋକ ଲଗାଇବା ପାଇଁ ଷ୍ଟ୍ରାଇଡ଼ ନାମକ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନକୁ କାର୍ଯ୍ୟକ୍ଷମ କରିବା ପାଇଁ ଟିମ ଗଠନ କରିବ କମିସନରେଟ ପୋଲିସ। ଏହି ଟିମରେ ଦୁଇ ଜଣ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି। ଏହି ଟିମ ପ୍ରତ୍ୟେକ ଆତ୍ମହତ୍ୟା ମାମଲାକୁ ଭଲ ଭାବରେ ତର୍ଜମା କରିବେ। ତଦନ୍ତରୁ ମିଳୁଥିବା ତଥ୍ୟ ଉପରେ ଟିମ ଓ କମିସନରେଟ ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା କରାଯିବ। ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ ଲୋକମାନଙ୍କୁ ସଚେତନ କରାଯିବ ବୋଲି କମିସନରେଟ ପୋଲିସ ସୂଚନା ପ୍ରଦାନ କରିଛି। 


Also Read: Dengue: ଆଉ ତିନି ଜିଲ୍ଲାକୁ ଡେଇଁଲା ଡେଙ୍ଗୁ, ସିଲଭର ସିଟିର ଏହି ଅଞ୍ଚଳ ପାଲଟିଲା ହଟସ୍ପଟ୍


Also Read: Balangir News: ମେଡିକାଲରୁ ଗାଏବ ମହିଳା SI, ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା କରି ବିଷ ପିଇଥିଲେ କାଜଲ


Also Read: Odisha News: ସେଫ୍‌ ବିକାଶ ଖାନ୍ନାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ନବୀନ, ଜାଣନ୍ତୁ କାହିଁକି