Speaker Election: ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ନିର୍ବାଚନକୁ କଂଗ୍ରେସ ବର୍ଜନ କରିବ। ରାଜ୍ୟର ପଶ୍ଚିମାଞ୍ଚଳରେ ନୂଆଖାଇ ପର୍ବ ଚାଲିଥିଲାବେଳେ ରାଜ୍ୟ ସରକାର ଏମିତି ଏକ ନିର୍ବାଚନ ନିର୍ଘଣ୍ଟ କରିଛନ୍ତି। ଏହାକୁ କଂଗ୍ରସ ବିରୋଧ କରି ତାରିଖ ବଦଳାଇବାକୁ ଅନୁରୋଧ କରିଥିଲା କିନ୍ତୁ ତାହାକୁ କର୍ଣ୍ଣପାତ କରାଯାଇ ନାହିଁ ବୋଲି ବିଧାନସଭାରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ଏଣୁ କଂଗ୍ରେସ ବାଚସ୍ପତିଙ୍କ ନିର୍ବାଚନକୁ ବର୍ଜନ କରିବ ବୋଲି ସେ କହିଛନ୍ତି। ଏନେଇ ଦଳୀୟ ନିଷ୍ପତ୍ତି ନିଆାଯାଇଥିବା କହିଛନ୍ତି ନରସିଂହ।


COMMERCIAL BREAK
SCROLL TO CONTINUE READING

 ପଶ୍ଚିମାଞ୍ଚଳରେ ନୂଆଖାଇ ଏକ ଗଣପର୍ବ ଭାବେ ଜଣାଶୁଣା। ଏହା ଭାବାବେଗର କଥା। ଏହି ପର୍ବ ସାଧାରଣତଃ ଦୁଇଦିନ ଧରି ପାଳନ କରାଯାଏ । ଏବର୍ଷ ଏହା ୨୦ ଓ ୨୧ ଦୁଇଦିନ ଲାଗି ସ୍ଥିର ହୋଇଛି।  ହେଲେ  ବାଚସ୍ପତି ନିର୍ବାଚନ ଲାଗି ସରକାର ଏଥର ୨୧ ତାରିଖରେ ବିଧାନସଭା ଡକାଇଛନ୍ତି।  ଏଣୁ ପଶ୍ଚିମ ଓଡ଼ିଶାର ଭାବାବବେଗକୁ ନେଇ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ। ‘ଏହା ଏକ ଦୁର୍ଭାଗ୍ୟର ବିଷୟ।ପ୍ରତିବାଦ କଲେ ବି କର୍ଣପାତ କରିନାହାନ୍ତି।   ଏହା ନିଶ୍ଚିତଭାବେ ଉପହାସ ଓ ବୈମାତୃକ ମେନାଭାବ। ଅତଏବ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ଜୁହାର କରିବା ସଙ୍ଗେ ସଙ୍ଗେ ଅନୁରୋଧ କରିବି ପଶ୍ଚିମ ଓଡ଼ିଶାବାସୀଙ୍କୁ ଅନୁରୋଧ କରିବି ଯେ ସେମାନେ ସରକାର ଙ୍କ ଏହି ମନୋଭାବ ପାଇଁ ପ୍ରତିକ୍ରିୟା ସୃଷ୍ଟି କରିବେ ଏବଂ ସରକାରଙ୍କୁ ଜବାବ ଦେବେ।’ 


ମେ ମାସ ୧୨ ତାରିଖରେ ବିକ୍ରମ ଆରୁଖଙ୍କ ବାଚସ୍ପତି ପଦବୀରୁ ଇସ୍ତଫା ପରେ ପ୍ରାୟ ଚାରିମାସ ହେଲା ବାଚସ୍ପତି ପଦବୀ ଖାଲିପଡ଼ିଛି। ଆସନ୍ତା ୨୨ ତାରିଖରେ  ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଥିବାରୁ ଏହା ପୂର୍ବରୁ ନୂତନ ବାଚସ୍ପତି ନିର୍ବାଚନ କରିବାକୁ ସରକାରୀ ଦଳ ନିଷ୍ପତ୍ତି ନେିଛି। ଏହିକ୍ରମରେ ବିଧାନସଭା ସଚିବାଳୟ ପକ୍ଷରୁ ୨୧ ତାରିଖକୁ ବାଚସ୍ପତି ନିର୍ବାଚନ ଲାଗି ଭୋଟ୍‍ଗ୍ରହଣ ଦିବସ ଭାବେ ସ୍ଥିର କରାଯାଇଛି। ଏଥିପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଧାନସଭା ସଚିବାଳୟ ବିଜ୍ଞପ୍ତି ଜାରି କରିଛି। ଯେହେତୁ ଶାସକ ଦଳର ପୂର୍ଣ୍ଣ ବହୁମତ ରହିଛି ଏଣୁ ଏହି ନିର୍ବାଚନରେ ଜିତିବା ଲାଗି ଅନ୍ୟ କୌଣସି ଦଳ ପାଖରେ ସଦସ୍ର ନାହାନ୍ତି ଏଣୁ ଶାସକ ଦଳରୁ ହିଁ ପୂର୍ବ ଭଳି ବାଚସ୍ପତି ହେବେ। ଯଦି ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନକରନ୍ତି ତେବେ ଏଥିଲାଗି ନିର୍ବାଚନ ନହୋଇ ଏକମାତ୍ର ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇପାରେ।