Kendujhar News: କେନ୍ଦୁଝର (Kendujhar ) ଜିଲ୍ଲାର ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ (Constable deadbody) ଥାନା ସାମ୍ନାରେ ଥିବା ପୋଖରୀରୁ (pond)ଉଦ୍ଧାର ହୋଇଛି। ମୃତ କନେଷ୍ଟବଳ(Constable) କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି। ମୃତ କନେଷ୍ଟବଳ ହେଉଛନ୍ତି ପ୍ରଦିପ ନାୟକ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ । ତାଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ୍ । 


COMMERCIAL BREAK
SCROLL TO CONTINUE READING

Also Read: OMG 2 Teaser: ଫିଲ୍ମରେ ଭିନ୍ନ ଅନ୍ଦାଜରେ ନଜର ଆସିବେ ପଙ୍କଜ ତ୍ରିପାଠି ଓ ଅକ୍ଷୟ କୁମାର


Also Read: School Uniform: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଏଣିକି ଏହି ରଙ୍ଗର ଡ୍ରେସ କୋଡ଼ ପିନ୍ଧି ସ୍କୁଲ ଆସିବେ ଛାତ୍ରଛାତ୍ରୀ


ସୂଚନା ଅନୁସାରେ, ନନ୍ଦିପଦା ଥାନାର କନେଷ୍ଟବଳ ହେଉଛନ୍ତି ପ୍ରଦିପ ନାୟକ  । ସେ ଥାନା ବ୍ୟାରେକ୍ ରେ ରୁହନ୍ତି । ହଠାତ୍ ଗତକାଲି ସଂନ୍ଧ୍ଯାରେ କେଉଁଆଡେ ଯାଇ ଆଉ ଫେରିନଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ଥାନା ସାମ୍ନା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ରେ ମୃତଦେହେ ଉଦ୍ଧାର ହେବାପରେ ମୃତବ୍ଯକ୍ତି ଜଣକ କନେଷ୍ଟବଳ ପ୍ରଦିପ ନାୟକ ବୋଲି ଜଣାପଡିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି । ପ୍ରଦିପ ୫ଦିନ ହେବେ ଛୁଟିରେ ଘରକୁ ଯାଇଥିଲେ । ଛୁଟି ସରିବାପରେ ଗତକାଲି ସେ ଆସି ପୁଣିଥରେ ନିଜ କାମରେ ଯୋଗ ଦେଇଥିଲେ । ତେବେ କେଉଁ ପରିସ୍ଥିତିରେ ସେ ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡିଗଲେ ନା ତାଙ୍କୁ କିଏ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି । ସେନେଇ ପୋଲିସ୍ ଏବେ ସନ୍ଦେହରେ ଅଛି ।


ନିକଟରେ ଆଉ ଏକ ଏଭଳି ଘଟଣା କେନ୍ଦୁଝରରେ ଦେଖିବାକୁ ମିଳିଥିଲା ।  କେନ୍ଦୁଝର (Kendujhar)ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୋଲିସ୍ କନେଷ୍ଟବଳ ନିଜ ଜୀବନ ହାରିଛନ୍ତି (Police constable ends his life over Family Dispute)। ମୃତ କନେଷ୍ଟବଳ (Police constable) ଜଣକ ହେଉଛନ୍ତି ପ୍ରେମାନନ୍ଦ ନାଏକ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଓ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ କାରଣ ଖୋଜୁଛି ପୋଲିସ୍ । ପୋଲିସ୍ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।  ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗାଁର ପ୍ରେମାନନ୍ଦ  ନାଏକ  ଦିର୍ଘ ଦିନ ହେବ ପୋଲିସ୍ କନେଷ୍ଚବଳ ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ହେବ ପ୍ରେମାନନ୍ଦଙ୍କ ପୋଷ୍ଟିଂ ଭଦ୍ରକ ଜିଲ୍ଲାରେ ହୋଇଥିଲା । ସେ ସେଠାରେ (ଏ.ଏସ୍.ଏ.ପି) ପୋଷ୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ୬ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅଟିଏ ମଧ୍ୟ ଅଛି ଏବଂ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ତେବେ ଦୀର୍ଘଦିନ ହେବା ଘରକୁ ଆସିଥିବା ପ୍ରେମାନନ୍ଦ କିନ୍ତୁ ରାତିରେ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।