ରାଜନଗର: ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହେଉଛି। ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କ ଗଣନା କରଯାଉଛି। ଚଳିତବର୍ଷ ଡାଙ୍ଗମାଳ ରେଞ୍ଜରେ ୩ଟି ଟିମ୍‌ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍‌ ପକ୍ଷୀ ଗଣନା କରିଛନ୍ତି। ୪ଟି ଟିମ୍‌ ପ୍ରତିଦିନ ସକାଳ ୬ଟାରୁ ୯ଟା ଯାଏ ଦେଶୀୟ ପକ୍ଷୀଙ୍କ ଗଣନା କରିବେ।


COMMERCIAL BREAK
SCROLL TO CONTINUE READING

ତେବେ ଭିତରକନିକାରେ ଗେଣ୍ଡାଳିଆ, ପାଣିକୁଆ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ଖଇରା, ଅନ୍ଧାରିଆ ବଗ, କାପରଖାଇ, ସାନ ବଗ, ଦାବେଣ୍ଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ଼ ଜମା ହୋଇଥିବା ଜଣାପଡ଼ିଛି। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜ ଅଧୀନ ଏକମାଣିଆ ବାଲିଡ଼ିଆ ଆଇଲ୍ୟାଣ୍ଡରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ଗଣନା ୫ଦିନ ଧରି ଚାଲିବ। ପ୍ରତି ଟିମ୍‌ରେ ୫ଜଣ ଲେଖାଏ ବନ କର୍ମଚାରୀ ସାମିଲ ହେବେ।