ପାରାଦ୍ଵୀପ: ପାରାଦ୍ଵୀପରେ ବଡ଼ ଅଘଟଣ। ବନ୍ଦରର ଏମ୍‌ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଜାହାଜ ଉପରକୁ ଛିଡିଗଲା କ୍ରେନ୍‌। ଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହା କ୍ରେନ୍ ର ରୋପ୍ ଛିଡିବା କାରଣରୁ କି କ୍ରେନ୍ ର ଡେଣା ଭାଙ୍ଗିବା କାରଣରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଜାହାଜର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡ଼ିଛି। ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡ଼ିବା ପରେ ଜଣେ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ଆହତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 


ଅଧିକ ପଢନ୍ତୁ...


ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ


https://zeenews.india.com/hindi/zeeodisha/state-news/ips-arun-sarangi-takes-charge-as-opsc-chairman/2464377