ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ
Advertisement
Article Detail0/zeeodisha/odisha2464377

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ

Ips arun sarangi takes charge: ସୂଚନାଯୋଗ୍ୟ ଯେ ତାଙ୍କୁ ପୂର୍ବ ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ରାଜ୍ୟର ଅସ୍ଥାୟୀ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ପରବର୍ତ୍ତି ସମୟରେ ସେ ବିପିଏସପିଏ ନିର୍ଦେଶକ ଭାବେ ଦାୟିତ୍ବ ନେଇଥିଲେ। 

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ଵର: ବରିଷ୍ଠ ଆଇପିଏସ୍‌ ତଥା ପୂର୍ବତନ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଆଜି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୬ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଶ୍ରୀ ଷଡ଼ଙ୍ଗୀ। ତେବେ ତାଙ୍କ ପାଇଁ ଆଗାମୀ ରଣନୀତି କଣ ରହିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। 

ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ସାଢ଼େ ୩୩ବର୍ଷ ପୁଲିସ ଚାକିରି ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଏହାକୁ ମଧ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି। ମୋତେ ଗୁରୁ ଦାୟିତ୍ୱ ମିଳିଛି। ଗୁରୁ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତା ସହ ନିର୍ବାହ କରିବି। ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ। ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି। ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ।

ଅନ୍ୟପଟେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ସରକାରୀ ଚାକିରିରୁ ଭିଆରଏସ ନେଇଛନ୍ତି। ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଶନିବାର ଅନୁମତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା। ତାଙ୍କୁ OPSCର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ସେଥିପାଇଁ ସେ ଭିଆରଏସ ପାଇଁ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଯେ ତାଙ୍କୁ ପୂର୍ବ ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ରାଜ୍ୟର ଅସ୍ଥାୟୀ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ପରବର୍ତ୍ତି ସମୟରେ ସେ ବିପିଏସପିଏ ନିର୍ଦେଶକ ଭାବେ ଦାୟିତ୍ବ ନେଇଥିଲେ। 

ଅଧିକ ପଢନ୍ତୁ...

ବେଆଇନ ବାଣ ଗୋଦାମ ଉପରେ ଚଢ଼ଉ, ୧୦ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

https://zeenews.india.com/hindi/zeeodisha/state-news/fire-cracker-seized-in-salepur/2464328