Puri Swargadwar: ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ; ଏଣିକି ସହଜରେ ହୋଇପାରିବ ଶବଦାହ
Puri Swargadwar App Launch: ପ୍ରଥମେ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମ୍ `www.swargadwar.com` ପରେ ଏବେ ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ ହୋଇଛି।
Cremation will be easy at Puri Swargadwar: ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପକ୍ରିୟା ହେବ ସହଜ। ପୁଣି ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱର୍ଗଦ୍ୱାରର ଏକ ସ୍ୱତନ୍ତ୍ର ଆପ୍। ଏହା ସହିତ ପୂର୍ବରୁ ଏକ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମ୍ "www.swargadwar.com" ନାମରେ ଲଞ୍ଚ କରାଯାଇଛି। ଆଉ ଏବେ ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ ହୋଇଛି। ଯାହା ଦ୍ୱାରା ସହଜରେ ହୋଇ ପାରିବ ଶବଦାହ ପାଇଁ ପଞ୍ଜୀକରଣ ପ୍ରାୟ ୩ ଭାଷାରେ ଉପଲବ୍ଧ ହେବ ସୂଚନା। ସ୍ଵର୍ଗଦ୍ଵାର ରୁପାନ୍ତୀକରଣରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସ୍ଵର୍ଗଦ୍ଵାର ପରିସରରେ ସ୍ଵର୍ଗଦ୍ଵାର ମୋବାଇଲ ଆପ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ। ଏହି ଅବସରରେ ସ୍ଵର୍ଗଦ୍ଵାରକୁ ଆସୁଥିବା ଶବ ସଂଖ୍ୟା ବଢୁ ଥିବାରୁ ସହଜରେ ପଞ୍ଜୀକରଣରେ ଏହା ସହାୟକ ହେବ ବୋଲି କହିଥିଲେ ଜିଲ୍ଲପାଳ।
ସ୍ଵର୍ଗଦ୍ଵାର ରେ ଦାହସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପ୍ ମାଧ୍ୟମରେ ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସେବା ବିଷୟରେ ସହଜରେ ଜାଣି ପାରିବେ। ଲୋକାର୍ପଣ କରାଯାଇଥିବା ବେଳେ ଏହା ଶବଦାହ ପାଇଁ ପଞ୍ଜୀକରଣ, ପିଣ୍ଡି ବୁକିଂ ସହ ଓଡିଆ, ହିନ୍ଦୀ, ଇଂରାଜୀ ଆଦି ୩ ଭାଷାରେ ତଥ୍ୟ ଉପଲବ୍ଧ ରହିଥିବା କହିଛନ୍ତି। ହେଲେ ସ୍ୱର୍ଗଦ୍ୱାରର କଳେବର କରାଯାଇ ଅନେକ ସୁବ୍ଯବସ୍ଥା କରାଯାଇଥିଲେ ମଧ୍ୟ ଏବେ ଅବ୍ଯବସ୍ଥା ଘେରରେ ରହିଛି ସ୍ୱର୍ଗଦ୍ୱାର। ଶବଦାହ ପାଇଁ ପିଣ୍ଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ସିଙ୍ଗଲ ୱିଣ୍ଡୋ ବ୍ଯବସ୍ଥା ହେଲେ ସବୁକିଛି ମ୍ଯାନୁଆଲି ହେଉଛି। ପୁଣି ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ସ୍ଵର୍ଗଦ୍ଵାର ନୂତନ ଆପ "ସ୍ଵର୍ଗଦ୍ଵାର" କେତେ ସୁବିଧା ହେବ ତାହା ପରବର୍ତି ସମୟରେ ଜଣାପଡିବ ବୋଲି କହିଛନ୍ତି ଶବ ଦାହ ପାଇଁ ଆସିଥିବା ମୃତକଙ୍କ ପରିଜନ।
ସ୍ୱର୍ଗଦ୍ୱାରର ବ୍ଯବସ୍ଥାରେ ଯୋଡି ହେଲା ସରଳୀକରଣ। ରୂପାନ୍ତୀକରଣରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଏହା ପେପର ଲେସ ହେବା ଏହାର ଡିଜିଟାଲାଇଜେସନ କରାଯାଇଛି। ଏଣିକି ସବୁକିଛି ହାତ ପାଆନ୍ତାରେ ହେବ। ଏଣିକି ଶବଦାହ ସହଜ ହେବ। ଆଉ ପଞ୍ଜୀକରଣ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ। ଘରେ ଥାଇ ଆଗୁଆ ଶବଦାହ ପାଇଁ ଅନଲାଇନ ଆପ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସୁବିଧା ସମ୍ପର୍କରେ ସହଜରେ ଜାଣିପାରିବେ।
ଏନେଇ ପ୍ରଶାସନ ପକ୍ଷରୁ ପ୍ରଥମ ଥର "ସ୍ଵର୍ଗଦ୍ଵାର" ଆପ ଲଞ୍ଚ କରାଯାଇଛି। ଏହି ଆପ ମାଧ୍ୟମରେ ତିନୋଟି ଭାଷାରେ ସୂଚନା ମିଳିବ। ଏହି ଆପ ଗୁଗୁଲ ପ୍ଲେ ଷ୍ଟୋର ଠାରେ ଉପଲବ୍ଧ ହୋଇଛି। ସ୍ଵର୍ଗଦ୍ଵାରକୁ ଆସୁଥିବା ଶବ ସଂଖ୍ୟା ବଢୁ ଥିବାରୁ ସହଜରେ ପଞ୍ଜୀକରଣରେ ଆପ୍ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ସ୍ଵର୍ଗଦ୍ଵାରରେ ଦାହସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପ ମାଧ୍ୟମରେ ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସେବା ବିଷୟରେ ମଧ୍ୟ ସହଜରେ ଜାଣି ହେବ। ଏହି ଆପ ଓଡ଼ିଆ, ହିନ୍ଦୀ, ଇଂରାଜୀ ତିନୋଟି ଭାଷାରେ ଉପଲବ୍ଧ ହେବ।
ପୁରୀ ସ୍ୱର୍ଗଦ୍ୱାରର ଶବଦାହ ପାଇଁ ସ୍ୱତନ୍ତ୍ର ପିଣ୍ଡି ଆଉ ସିଙ୍ଗଲ ଉଇଣ୍ଡୋ ବ୍ଯବସ୍ଥା ସହ ଶବଦାହ କରିବାକୁ ଆସୁଥିବା ପରିଜନଙ୍କ ପାଇଁ ଅତ୍ଯାବଶ୍ଯକ ବ୍ଯବସ୍ଥା ରହିଛି। ହେଲେ ଏହାକୁ ବ୍ଯବସ୍ଥିତ କରିବାରେ ସଫଳ ହୋଇନାହିଁ ପ୍ରଶାସନ। ହେଲେ ସ୍ୱର୍ଗଦ୍ୱାରର କଳେବର କରାଯାଇ ଅନେକ ସୁବ୍ଯବସ୍ଥା କରାଯାଇଥିଲେ ସୁଦ୍ଧା ଏବେ ମଧ୍ୟ ଅବ୍ଯବସ୍ଥା ଘେରରେ ରହିଛି ପୁରୀ ସ୍ୱର୍ଗଦ୍ୱାର। ଶବଦାହ ପାଇଁ ପିଣ୍ଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ସିଙ୍ଗଲ ୱିଣ୍ଡୋ ବ୍ଯବସ୍ଥା ହେଲେ ସବୁକିଛି ମ୍ଯାନୁଆଲି ହେଉଛି ବୋଲି ଅଭିଯୋଗ ହୋଇଛି।
ପୁଣି ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ପୂର୍ବରୁ ସ୍ଵର୍ଗଦ୍ଵାର ନୂତନ ୱେବସାଇଟ "ସ୍ଵର୍ଗଦ୍ଵାର ଡ଼ଟ୍ କମ୍" (swargadwar.com) ଠାରେ ଏବେ ମଧ୍ୟ ଲୋକେ ପଞ୍ଜିକରଣ କରୁନଥିବା ବେଳେ ସ୍ୱର୍ଗଦ୍ୱାର ଆପ କେତେ ଗ୍ରହଣୀୟ ହୋଇପାରିବ ତାହା ପରବର୍ତି୍ତୀ ସମୟରେ ଜଣାପଡିବ। ଏହା ମଧ୍ୟରେ ସିଙ୍ଗଲ ଉଇଣ୍ଡୋ ବ୍ଯବସ୍ଥାରେ ଶବଦାହ କରିବାକୁ ଆସୁଥିବା ପରିଜନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ସ୍ୱର୍ଗଦ୍ୱାର ସଂସ୍କାର କ୍ଷେତ୍ରରେ ଆଉ ପାଦେ ପ୍ରଶାସନ ଆଗକୁ ଯାଇଛି। ଯାହାକି ଆପ୍ ମାଧ୍ୟମରେ ପଞ୍ଜୀକରଣ କରି ଶବ ଦାହ କରିବେ ଲୋକେ। ୬ କୋଟି ୩୦ ଲକ୍ଷ ଟଙ୍କା ବ୍ଯୟରେ ତେଲେଙ୍ଗାନା ମହାପ୍ରସ୍ଥାନମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବୀକରଣ କରାଯାଇଛି। ଯେଉଁଥିରେ ୨୮ଟି ପିଣ୍ଡି ରହିଥିବା ବେଳେ ଶବଦାହ ପାଇଁ ତାହା ମଧ୍ୟ ଯଥେଷ୍ଟ ହେଉନଥିବା ବେଳେ ପିଣ୍ଡି ସଂଖ୍ୟା କେବେ ବଢିବ ତାକୁ ନେଇ ଉଠିଛି ପ୍ରଶ୍ନ।