Odisha Crime News: ଭୁବନେଶ୍ୱର: ଭରତପୁର ଥାନାର ନିଲମ୍ବିତ ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। କେବଳ ଦିନକୃଷ୍ଣ ମିଶ୍ର ନୁହନ୍ତି, ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାରରେ ଜଡ଼ିତ ସମସ୍ତ ଥାନା କର୍ମଚାରୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। କାରଣ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ସହିତ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ୧୧/୨୦୨୪ରେ ଅପରାଧିକ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ଗତ କିଛି ଦିନ ପୂର୍ବରୁ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିଲେ। କିନ୍ତୁ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ। କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଫଳରେ ଏହାକୁ ନେଇ ପୋଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଗୁରୁବଂଶଙ୍କୁ ରାତି ତମାମ ଲକଅପରେ ରଖିବା ସହିତ ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ଏଥିକି ନୁହେଁ ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ। 


ଏପରିକି ପରବର୍ତ୍ତି ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ପୋଲିସର ଅତ୍ୟଧିକ ମାଡ଼ ଫଳରେ ଲହୁଲୁହାଣ ହୋଇ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପରେ ଏମସରୁ ବାହାରି ଘରକୁ ଫେରିଥିଲେ। ସେପଟେ ଜାମିନ ମଞ୍ଜୁର ହେବା ଫଳରେ ସେ ଜେଲରୁ ବାହାରି ଘରକୁ ଫେରିଛନ୍ତି। ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୁଲିସ୍‌ର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ। ଏହାପରେ ତତ୍‌କ୍ଷଣାତ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଥିଲା।