Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଏଥର ଭିଜିଲାନ୍ସ ଫାଶରେ ପଡ଼ିଛନ୍ତି ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନ କମାଣ୍ତାଣ୍ଟ (Dhenkanal OSAP first Battalion Commandant) ସୁନୀଲ କୁମାର ବେହେରା । କଟକ ସିଡ଼ିଏ ୧୧ ନିକଟ ମଧୂସୁଦନ ସେତୁ ନିକଟରେ ସୁନୀଲ କୁମାରକୁ ବାନ୍ଧିଛି ଭିଜିଲାନ୍ସ । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ।  


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶନିବାର ଦିନ କମାଣ୍ତାଣ୍ଟ ସୁନୀଲ କୁମାର ବେହେରା (Sunil Kumar Behera) ଢେଙ୍କାନାଳରୁ ନିଜ କଟକ ସ୍ଥିତ (Cuttack) ବାସଭବନକୁ ଅଫିସ ଗାଡ଼ି ଯୋଗେ ଫେରୁଥିଲା । ଠିକ୍ ଏହି ସମୟରେ କଟକ ସିଡ଼ିଏ ୧୧ ମଧୂସୁଦନ ସେତୁ (Madhusudan Setu) ନିକଟରେ ମାଡି଼ ବସିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯିବା ସହ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଅପରପକ୍ଷେ କଟକ ସ୍ଥିତ ଘରେ ରେଡ଼ (Vigilance Raid) ବେଳେ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ଢେଙ୍କାନାଳ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ (vigilance) । କେଉଁ ବାବଦରେ ଏତେ ଟଙ୍କା ସରକାରୀ ଗାଡ଼ିରେ ଧରି ଯାଉଥିଲେ ସେନେଇ ବାଟାଲିୟନ କମାଣ୍ତାଣ୍ଟ  ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରି ଖୋଳତାଡ଼ କରୁଛି। ପୂର୍ବରୁ ମଧ୍ୟ ସୁନୀଲ ବେହେରାଙ୍କ ନାଁରେ ଅନେକ ଅଭିଯୋଗ ରହିଥିଲା।


ସେହିପରି ଗତ ମାସରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପିଏଚ୍ ଡ଼ିଭିଜନର ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ (Baneswar Naik) ଘରେ ମଧ୍ଯ ଚଢଉ କରିଥିଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ବାରିପଦା ରଘୁନାଥପୁର ସ୍ଥିତ ତିନି ମହଲା ଆବାସିକ ଘର ସମେତ ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଓ ବାରିପଦା ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା । ସେହି ମାସରେ, ନିମାପଡ଼ା OSWC ଗୋଡାଉନ ସୁପରିଟେଣ୍ଡେଣ୍ଟ (Odisha Warehousing Corporation Godown officer) ଦେବୀ ପ୍ରସାଦ ମହାନ୍ତିଙ୍କୁ ବାନ୍ଧିଥିଲା ଭିଜିଲାନ୍ସ (Vigilance) । ଓଡିଶା ୱେର ହାଉସିଙ୍ଗ କର୍ପୋରେସନର ଗୋଡାଉନ ସୁପରିଟେଣ୍ଡେଣ୍ଟ (Warehousing Corporation Godown officer) ଭାବେ କାର୍ଯ୍ୟ କରୁଥିବା ଦେବୀପ୍ରସାଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା । ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଦେବୀ ପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ଏହାସହ ତାଙ୍କ ରାଜଧାନୀସ୍ଥିତ ୱେର ହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ନିକଟରୁ ୫୯ ହଜାର ଟଙ୍କା ଜବତ କରାଯାଇଥିଲା ।


Also Read-RBI: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି, ଜାଣନ୍ତୁ ଲାଷ୍ଟ Date କେବେ?


Also Read-Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!