Crime News: ରାଜ୍ୟରେ ଫନି ବାତ୍ୟା ସମୟରେ ଅନେକ ଲୋକ ବେସାହାରା ହୋଇପଡିଥିଲେ । ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ଫନି । କିନ୍ତୁ ସେହି ଦୁଃସମୟରେ ମଧ୍ୟ କିଛି ବ୍ୟକ୍ତି ଲୋକଙ୍କ ଭାବନା ସହ ଖେଳିବାକୁ ପଛାଇ ନଥିଲେ । ବ୍ୟାଙ୍କରୁ ଋଣ କରାଇଦେବା କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲେ କିଛି ବ୍ୟକ୍ତି । ସେପରି ଦୁଇ ଠକଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ୍‌ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା ବା EOW।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପିପିଲି ଦାଣ୍ଡମୁକୁନ୍ଦପୁର ଆଇଡିବିଆଇ ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କ ସହ ଅନ୍ୟଜଣେ ଗିରଫ ହୋଇଛନ୍ତି । ମ୍ୟାନେଜରଙ୍କ ନାମ ସରୋଜକାନ୍ତ ବେହେରା ଏବଂ ତାଙ୍କ ସହଯୋଗୀଙ୍କ ନାମ ଆଞ୍ଜେଲ ମିଶ୍ର ବୋଲି ଜଣାପଡିଛି । ସମୁଦାୟ ୩୫ ଜଣ ଲୋକଙ୍କୁ ଋଣ ଦେବାର ପ୍ରଲୋଭନ ଦେଖାଇ ମୋଟ ୩.୭୦ କୋଟି ଟଙ୍କା ଠକେଇ କରିଥିଲେ ଦୁହେଁ । ବ୍ୟାଙ୍କର ତତ୍କାଳିନ ମ୍ୟାନେଜର ସନ୍ଦୀପ ପଟ୍ଟନାୟକ ଏ ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଦୁହିଁଙ୍କୁ ଗିରଫ କରିଥିବା ଜଣାପଡିଛି ।


Also Read- Love Case: ପ୍ରେମ କଲା ଝିଅ... ଜୀବନ ହାରିଲେ ବାପା ମାଆ


Also Read- Sahara Refund: ନିର୍ବାଚନ ପୂର୍ବରୁ ମିଳିବ କି ସାହାରା ଟଙ୍କା? ଜାଣନ୍ତୁ ଅପଡେଟ୍