Crime News: ରାତି ଅଧରେ ଦୋକାନର ସଟର ତାଡି ଲୁଟେରା ବୁଲାଇଛନ୍ତି କଳାକନା । ଦୋକାନରୁ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ଭୁବନେଶ୍ୱର ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଘଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଏକ ମେଡିସିନ୍ ଦୋକାନରୁ ଲୁଟ୍ କରାଯାଇଥିବା ସମୟରେ ଲୁଟ୍ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ସିସିଟିଭି ଫୁଟେଜ୍ ମୁତାବକ, ରାତି ୧ଟା ୩୦ ସମୟରେ କିଛି ଦୁର୍ବୁତ୍ତ ନିଜ ମୁହଁ ଘୋଡାଇ ଲୁଚି ଲୁଚି ଦୋକାନ ସାମ୍ନାରେ ପହଞ୍ଚିଥିଲେ ଏବଂ ତାପରେ ସଟର୍ ତାଡି ଦୋକାନ ଭିତରେ ପଶିଥିଲେ । ମେଡିସିନ ଷ୍ଟୋରରେ ଥିବା କ୍ୟାସ୍ ଡ୍ର ମଧ୍ୟରୁ ଟଙ୍କା ନେଇ ପକେଟରେ ପୁରାଇଥିଲେ । ଏ ଘଟଣା ସମ୍ପର୍କରେ ଜାଣିବା ପରେ ମେଡିସିନ୍ ଷ୍ଟୋର ମାଲିକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ।


Also Read- ମୋ ବସ୍ ଦୁର୍ଘଟଣା, ଚକାତଳେ ଗଲା ମହିଳାଙ୍କ ଜୀବନ


Also Read- Shani Margi 2024: କୁମ୍ଭରେ ଶନି ଚଳନ, ୩ ରାଶିର ଭାଗ୍ୟରେ ପରିବର୍ତ୍ତନ