Vigilance: ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଫସିଲେ ବରିଷ୍ଠ କିରାଣୀ ଅଭିରାମ ସାହୁ
Vigilance: ଲାଞ୍ଚ ନେବା ବେଳେ ଅଭିରାମ ସାହୁଙ୍କୁ (Abhiram Sahu) କାବୁ କରିଛି ଭିଜିଲାନ୍ସ (Vigilance) । ଖବର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ବିଲ ପାସ୍ କରିବା ନେଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅଭିରାମ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଜଣାଇଥିଲେ ।
Vigilance: ଭିଜିଲାନ୍ସ ଜାଲରେ ରାଉଲକେଲା ଜେଲ ରୋଡ଼ରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ (ESI Dispensary Sr. Asst.) । ଲାଞ୍ଚ ନେବା ବେଳେ ଅଭିରାମ ସାହୁଙ୍କୁ (Abhiram Sahu) କାବୁ କରିଛି ଭିଜିଲାନ୍ସ (Vigilance) । ଖବର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ବିଲ ପାସ୍ କରିବା ନେଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅଭିରାମ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଜଣାଇଥିଲେ । ତେବେ ଯୋଜନା ମୁତାବକ ବରିଷ୍ଠ କିରାଣୀ ଜଣଙ୍କ ୧୦ ହଜାର ଟଙ୍କା ଲାଞ୍ଚ (Bribe) ନେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ ସହ ଅଭିରାମ ସାହୁଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ତାଙ୍କ ଅଫିସ ସମେତ କାର୍ଯ୍ୟାଳୟରେ ଚଢଉ ଜାରି ରଖିଛନ୍ତି ।
ସୂଚନା ଯୋଗ୍ୟ, ବିଶ୍ୱନାଥ ସିଂହ ରୁପୁଟୋଲାରେ ଥିବା ଭାରତ ଗ୍ୟାସ୍ ଏଜେନସିରେ ମେକାନିକ୍ ଭାବେ କାମ କରୁଥିଲେ । ଗତ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରରେ ସେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ESI ଯୋଜନା ଅଧୀନରେ ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ପ୍ରାୟ ଲକ୍ଷେ ଟଙ୍କା ଫେରସ୍ତ ନେଇ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀର ବରିଷ୍ଠ କିରାଣୀଙ୍କ ସହ ସାକ୍ଷାତ କରିଥିଲେ । ଅଭିରାମଙ୍କ କହିବାନୁଯାୟୀ , ବିଶ୍ୱନାଥ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ । ଅଭିରାମ ଫାଇଲ ପାସ୍ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଇ ପାରିବାରୁ ଅଭିରାମ ବିଶ୍ୱନାଥକୁ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ କୌଣସି ଉପାୟ ନ ପାଇ ବିଶ୍ୱନାଥ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏହା ବି ପଢନ୍ତୁ- Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା