Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା
Advertisement
Article Detail0/zeeodisha/odisha2133663

Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା

Odisha News: ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜ୍ୟ ପୁଲିସ ବୋର୍ଡ ଡିଏସପି ଓ ଅତିରିକ୍ତ ଏସପି ସ୍ତରର ଅଧିକାରୀଙ୍କ ଭିତରେ ଏକ ଅଦଳବଦଳ କରିଛନ୍ତି। ଏହାଦ୍ୱାରା ୨୦ ଜଣ ପୁଲିସ ଅଧିକାରୀଙ୍କ ଠିକଣା ବଦଳିଛି। 

Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା

Odisha News: ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜ୍ୟ ପୁଲିସ ବୋର୍ଡ ଡିଏସପି ଓ ଅତିରିକ୍ତ ଏସପି ସ୍ତରର ଅଧିକାରୀଙ୍କ ଭିତରେ ଏକ ଅଦଳବଦଳ କରିଛନ୍ତି। ଏହାଦ୍ୱାରା ୨୦ ଜଣ ପୁଲିସ ଅଧିକାରୀଙ୍କ ଠିକଣା ବଦଳିଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ସମସ୍ତ ଅଧିକାରୀ ଓଡ଼ିଶା ପୁଲିସ ସେବାର ବରିଷ୍ଠ ଅଧିକାରୀ ଭାବେ ପରିଚିତ।

ଭୁବନେଶ୍ୱର ପୁଲିସ କମିଶନରେଟର ଅତିରିକ୍ତ ଡିସିପି ଅନୀଲ କୁମାର ବେଉରିଆଙ୍କୁ ଅନୁଗୁଳ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି।  ସେହିପରି ମାଲକାନଗିରି ପିସିଆର ସେଲ୍‍ ଡିଏସପି ଆଦିତ୍ୟ ସେନଙ୍କୁ ନୂଆପଡ଼ା ବଦଳି କରାଯାଇଥିବା ବେଳେ ଭଞ୍ଜନଗର ଏସଡ଼ିପିଓ ବିଶ୍ୱମିତ୍ର ହରପାଲଙ୍କୁ ଚିକିଟି, ମାଲକାନଗିରି ଡିଏସପି ମୁଖ୍ୟାଳୟ ଦୀନେଶ ଚନ୍ଦ୍ର ନାଏକଙ୍କୁ ନୟାଗଡ଼ ଗୁଇନ୍ଦା ଡିଏସପିଓ, କଳଳହାଣ୍ଡି ଡିଏସପି ଲକ୍ଷ୍ମୀଧର ସ୍ୱାଇଁଙ୍କୁ ମାଲକାନଗିରି, ନୟାଗଡ଼ ଡିଏସପି ମମତା ନାୟକଙ୍କୁ କେନ୍ଦୁଝର, ସମ୍ବଲପୁରରେ ଅବସ୍ଥାପିତ ମୁଖ୍ୟାଳୟ ଡିଏସପି ଓନମ ଲାକ୍ରାଙ୍କୁ ମାଲକାନଗିରି ପିସିଆର ସେଲ, କାମାକ୍ଷାନଗର ଏସଡ଼ିପିଓ ପ୍ରଭାତ ତ୍ରିପାଠୀଙ୍କୁ ଘଟଗାଁ ଏସଡ଼ିପିଓ ଭାବେ ବଦଳି କରାଯାଇଛି।

କଟକରେ ଅବସ୍ଥାପିତ ମୁଖ୍ୟାଳୟ ଡିଏସପି ସନ୍ଧ୍ୟାରାଣୀ ବେଉରିଆଙ୍କୁ ଢେଙ୍କାନାଳ ପିସିଆର ସେଲ୍‍ ଡିଏସପି ଭାବେ ବଦଳି କରାଯାଇଛି। ଢେଙ୍କାନାଳରେ କାର୍ଯ୍ୟ କରୁଥିବା ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକଙ୍କୁ କେନ୍ଦୁଝର ମୁଖ୍ୟାଳୟ ଡିଏସପି ଭାବେ ବଦଳି କରାଯାଇଛି। ସେହିପରି କୋରାପୁଟ ଗୁଇନ୍ଦା ଡିଏସପିଓ ସ୍ମିତା ମଞ୍ଜରୀ ମଲ୍ଲିକଙ୍କୁ ଖୋର୍ଦ୍ଧା, ନୟାଗଡ଼ ଏସଡ଼ିପିଓ ସ୍ନେହାଶିଷ ସାହୁଙ୍କୁ କାମାକ୍ଷାନଗର, ଘଟଗାଁ ଏସଡ଼ିପିଓ ସୁଦର୍ଶନ ଗଙ୍ଗୋଇଙ୍କୁ ନୟାଗଡ ଚିକିଟି ଏସପି ଓ ସୁଜିତ କୁମାର ନାୟକଙ୍କୁ ଭଞ୍ଜନଗର, ଢେଙ୍କାନାଳରେ କାର୍ଯ୍ୟରତ ସୁମନ ରଞ୍ଜିତା ସିଂହଙ୍କୁ ସମ୍ବଲପୁର, ମାଲକାନଗିରିରେ ଡିଏସପି ଭାବେ କାର୍ଯ୍ୟରତ ସୁମିତ୍ରା ଜେନାଙ୍କୁ କଳାହାଣ୍ଡି, ଖୋର୍ଦ୍ଧାରୁ ସୁଷମା ପ୍ରଧାନଙ୍କୁ ଢେଙ୍କାନାଳ, ବୋରିଗୁମା ଏସଡ଼ିପିଓ ଶୁଭେନ୍ଦୁ କାମର ଶବରଙ୍କୁ ବଲାଙ୍ଗୀର ବଦଳି କରାଯାଇଥିବା ବେଳେ ନୟାଗଡ଼ର ଗୁଇନ୍ଦା ଡିଏସପି ତପସ୍ୱିନୀ କଅଁରଙ୍କୁ ବୋରିଗୁମ୍ମା ଏସଡ଼ିପିଓ ଭାବେ ବଦଳି କରାଯାଇଛି।