କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଆଳିରେ ମଇଁଷି ସହ ଯୋର୍‌ ପାର୍‌ ହେବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର। ଦିନିଆରି ଗାଁ ନିକଟ ଯୋରରେ ଆଜି ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି। ବୃଦ୍ଧ ଜଣକ ଇଚ୍ଛାପୁର ଗାଁର ଆଜାମ୍ବର ନାୟକ ହୋଇଥିବା ବେଳେ ତାଙ୍କୁ ଗ୍ରାମବାସୀ ଖୋଜାଖୋଜି କରୁଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ସାମିଲ ହୋଇ ଖୋଜା ଖୋଜି କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ସବୁ ଦିନ ପରି ଆଜି ସକାଳେ ବି ଆଜାମ୍ବର ନିଜ ମଇଁଷିମାନଙ୍କୁ ଚରାଇବାକୁ ନଦୀ କୂଳକୁ ଯାଇଥିଲେ। ମଇଁଷିମାନେ ଜୋର ପାର ହୋଇ ଯାଇଥିବା ବେଳେ ସେମାନଙ୍କ ପଛେପଛେ ଆଜାମ୍ବର ଯାଉଥିଲେ। ଉକ୍ତ ସମୟରେ ଛକି ରହିଥିବା କୁମ୍ଭୀରଟି ଆଜାମ୍ବରଙ୍କୁ ନଦୀକୁ ଟାଣି ନେଇଥିଲା। ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆଜାମ୍ବରଙ୍କ ପତ୍ତା ମିଳି ପାରିନି। ଫଳରେ କୂଳରେ ଅପେକ୍ଷା କରିଥିବା ପରିବାର ଲୋକେ ମୁଣ୍ଡ ପିଟୁଛନ୍ତି।