Bali Yatra 2023: କଟକର ଐତିହାସିକ ବାଲିଯାତ୍ରାର (Bali Yatra 2023) ଆଜି ଅନ୍ତିମ ଦିନ। କାର୍ତ୍ତିକ ପୂର୍ଣ୍ଣିମା(kartika purnima) ବା ନଭେମ୍ବର ୨୭ ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ନବମ ଦିନ। ଶେଷ ଦିନରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି। ସଂଜ ନଇଁଲେ ବାଲିଯାତ୍ରା ପଡି଼ଆରେ ପ୍ରବଳ ଲୋକଙ୍କ ଭିଡ଼ ଜମୁଛି। ଜନ ସମୁଦ୍ର ପାଲଟୁଛି କଟକର ଉପର ଓ ତଳ ପଡି଼ଆ । କେବଳ ସେତିକି ନୁହେଁ, ଚଟପଟା ଖାଇବା ସାଙ୍ଗକୁ ଜମୁଛି ବିଭିନ୍ନ ଦୋଳିର ମଜା ନେଇଛିନ୍ତି ଲୋକେ। କେବଳ କଟକିଆ ନୁହଁନ୍ତି, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଧାଇଁ ଆସୁଛନ୍ତି ବାଲିଯାତ୍ରାର ମଜା ଉଠାଇବାକୁ।  


COMMERCIAL BREAK
SCROLL TO CONTINUE READING

Also Read: Today Horoscope: ଦୂର ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?


ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଓ ଉତ୍ସାହ ଦେଖି ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବଢାଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik)।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ନଭେମ୍ବର ୨୭ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ସୋମବାର ଥିଲା ଅନ୍ତିମ ଦିବସ । ମାତ୍ର ମୁଖ୍ୟମନ୍ତ୍ରୀ ଲୋକଙ୍କ ଆଗ୍ରହକୁ ଦେଖି ବାଲିଯାତ୍ରାର ଅବଧିକୁ ବୃଦ୍ଧି କରିଥିଲେ । ଅର୍ଥାତ୍ ବାଲିଯାତ୍ରା ଆଜି ଶେଷ ହେବ।


ଚଳିତ ଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଟନେଲ୍‌ ଆକ୍ୱାରିୟମ୍।  କେରଳରୁ ଆସିଥିବା ଏହି ୫ ହଜାର ବର୍ଗଫୁଟର ଆକ୍ବାରିୟମରେ ୫ ହଜାରରୁ ଅଧିକ ଶ୍ରେଣୀର ମାଛ ରହିଛନ୍ତି ।  ଏହାକୁ ଦେଖିବା ପାଉଁ ଦର୍ଶକଙ୍କ ପ୍ରବଳ ଭିଡ଼ ଏଠାରେ ଜମୁଛି। ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ ୧୬ଟି ଗାଡି଼ ପାର୍କିଂର ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ଯାଏଁ ଆଣିବାକୁ ୩୦ଟି ବସର ବ୍ୟବସ୍ଥା କରାଯାଇଛି । ତେବେ ଏହି ବସ୍ ପାଇଁ ଜନସାଧାରଣଙ୍କୁ କୌଣସି ଶୁକ୍ଲ ଦେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗ ଓ ବୟସ୍କ ପାଇଁ ମାଗଣାରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ୪ଟି ଗେଟ୍ ରଖାଯାଇଛି । ଏହାସହ ଯାତ୍ରୀଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ସହ ଉଭୟ ପଡ଼ିଆରେ ୨୫୦ଟି ଶୌଚାଳୟ ଖୋଲାଯାଇଛି ।