କଟକ: କଟକର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌‌ ଜଗମୋହନ ମିନା। ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଦାୟୀ ଡିସିପି ପ୍ରକାଶ ଆରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଜଗମୋହନ ମୀନା। ପୂର୍ବରୁ ଗଞ୍ଜାମ ଏସପି ଭାବେ କାର୍ଯ୍ୟ କରୁଥିଲେ ଜଗମୋହନ।


COMMERCIAL BREAK
SCROLL TO CONTINUE READING

ଏହି ଶ୍ରୀ ମିନା କହିଛନ୍ତି ଯେ, ପାର୍ବଣ ଋତୁ ଆରମ୍ଭ ହୋଇ ଯାଇ ଥିବାରୁ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯିବ। ଥାନାରେ ପୋଲିସର ବ୍ୟବହାର, ଆଚରଣରେ ଆହୁରି ସୁଧାର ଆଣିବାକୁ ଉଦ୍ୟମ କରିବୁ। ଏ ନେଇ ସଫ୍ଟ ସ୍କିଲ୍ ପ୍ରଶିକ୍ଷଣ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ଏଥିସହ ହ୍ୱାଟ୍ସଆପରେ ଲୋକମାନେ ଅଭିଯୋଗ ଜଣାଇ ପାରିବେ। ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡିସିପି କହିଛନ୍ତି। ପୁଲିସ ପ୍ରକ୍ରିୟା ସମୟକୁ କମ କରାଯିବ। ଅନଲାଇନ କୋର୍ସ ଉପରେ ଗୁରୁତ୍ୱ ଦିଆଯିବ। ଏହାସହିତ ସହରରେ ଶାନ୍ତିଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ରହିବ ବୋଲି ଜଗମୋହନ ମିନା କହିଛନ୍ତି।


ଅଧିକ ପଢନ୍ତୁ...


ଭଦ୍ରକରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା; ଭଦ୍ରକରେ ପହଞ୍ଚିଲେ ପୁଲିସ ଡିଜି


https://zeenews.india.com/hindi/zeeodisha/state-news/police-dgp-in-dhamnagar-police-station/2454190