Odisha News: ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତରୀ ମହିଳା ଜଣକ ହେଲେ ଶୁବାନୀ ପଟ୍ଟନାୟକ । ଶୁବାନୀଙ୍କ ଘର ପୁରୁଷୋତ୍ତମପୁରରେ । ମୃତ ଡାକ୍ତରୀ ଛାତ୍ରୀ ଜଣକ ଚର୍ମ ରୋଗ ବିଭାଗର । ଆଜି ଅପରାହ୍ନରେ ଶୁବାନୀଙ୍କୁ ଗୁରୁତର ଭାବେ ଉଦ୍ଧାର କରିବା ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶୁବାନୀଙ୍କ ମୃତ୍ୟୁ ହୋଇଛି । ତେବେ ଅତ୍ୟାଧିକ ଔଷଧ ଖାଇବା ପରେ ଶୁବାନୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲ ଫାଣ୍ଡି ଅଧିକାରୀ ।


COMMERCIAL BREAK
SCROLL TO CONTINUE READING

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ( ଏମ୍‌ସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ) ରେ ଅଧ୍ୟୟନରତ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କ ମୃତଦେହ ଛାତ୍ରୀ ନିବାସ ପରିସରରୁ ଗୁରୁବାର ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଲେ ଶୁଭାନି ପଟ୍ଟନାୟକ। ସେ ଚର୍ମ ରୋଗ (ଡର୍ମାଟୋଲୋଜି ଓ ଭେନେରୋଲୋଜି) ବିଭାଗରେ ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ରୀ (ପିଜି) କରୁଥିଲେ। ଏହା ତାଙ୍କର ପ୍ରଥମ ବର୍ଷ ପିଜି ଥିଲା। ସେ ଏମ୍ସିଜିର ଏସ୍‌ର(ସିନିୟର ରେସିଡେଣ୍ଟସ) ହଷ୍ଟେଲରେ ରହୁଥିଲେ। ଗୁରୁବାର ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ ତାଙ୍କ କୋଠରୀର କବାଟ ନ ଖୋଲିବାରୁ ଅନ୍ୟ କୋଠରୀରେ ରହୁଥ‌ିବା ପିଜି ଛାତ୍ରୀଙ୍କ ସନ୍ଦେହ ହୋଇଥିଲା । ତେଣୁ ସେମାନେ ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କଲେଜ କର୍ତ୍ତୃପକ୍ଷ ଏ ନେଇ ମେଡିକାଲ ଫାଣ୍ଡି ପୁଲିସକୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଭୈରବ ଭୂୟାଁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କବାଟ ଭିତରପଟୁ ବନ୍ଦ ଥ‌ିବାରୁ କବାଟକୁ ଖୋଲିବା ବେଳେ ଶୁଭାନି ଖଟରେ ଅଚେତ ହୋଇ ପଡିଥିଲେ। ତାଙ୍କୁ


ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ପୁଲିସ ଶୁଭାନୀଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲା। ଶୁଭାନୀଙ୍କ ବାପା ମା'' ବ୍ରହ୍ମପୁରରୁ ୪୦ କିଲୋମିଟର ଦୂର ପୁରୁଷୋତ୍ତମପୁରରେ ରୁହନ୍ତି। ଶୁଭାନୀଙ୍କ ବାପା ରବୀନ୍ଦ୍ର କୁମାର ପଟ୍ଟନାୟକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ ମ୍ୟେନେଜର ମା'' ପୁରୁଷୋତ୍ତମପୁର ବ୍ଲକର ସିଡିପିଓ ଭାବେ କାର୍ଯ୍ୟରତ । ଶୁଭାନି କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍ବିବିଏସ୍ ପାସ୍ କରିବା ପରେ ଚଳିତ ବର୍ଷ ଏସ୍କେସିଜିରେ ପିଜିରେ ନାମ ଲେଖାଇଥିଲେ। ଶୁଭାନିଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଝିଅର ମୃତ୍ୟୁକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଝିଅର ବାହାଘର ଠିକ ହୋଇଯାଇଥିଲା। ଗତ ବର୍ଷ ବାହାଘରହୋଇଥାନ୍ତା । ହେଲେ ପିଜି ସରିଲେ ବାହାଘର ହେବ ବୋଲି ଝିଅ କହିବା ପରେ ପରିବାର ଲୋକେ ବାହାଘରକୁ ଘୁଞ୍ଚାଇଥିଲେ। ଏହି ଘଟଣା ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା (୩୨୮/୨୩) ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଡା. ଶୁଭାନି ପଟ୍ଟନାୟକଙ୍କ ବାପା ରବୀନ୍ଦ୍ର କୁମାର ପଟ୍ଟନାୟକ ପୁଲିସରେ ରିପୋର୍ଟ କରିଛନ୍ତି ଯେ ଶୁଭାନୀ ମାଇଗ୍ରେନ୍(ଅଧା କପାଳ ମୁଣ୍ଡ ବିନ୍ଧା) ଯନ୍ତ୍ରଣା ଭୋଗୁଥିଲେ। ଏଥିପାଇଁ ସେ ଅଧ‌ିକ ଔଷଧ( ବଟିକା) ଖାଇ ଦେଇଥିଲେ। ଶୁଭାନୀଙ୍କୁ ହଷ୍ଟେଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଅନୁସନ୍ଧାନ ଚାଲିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଖୁବଶୀଘ୍ର ଜଣାପଡିବ ବୋଲି ଏସପି କହିଛନ୍ତି।