Odisha News: କେନ୍ଦୁଝରର ମିଶନ୍ ଶକ୍ତି ମହିଳାଙ୍କ (Mission Shakti)ଦ୍ଵାରା ତିଆରି ବିଭିନ୍ନ ସାମଗ୍ରୀ ଏବେ ରାଜ୍ୟ ବାହାର ତଥା ଆନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବ । ଏନେଇ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ମିଶନ୍ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର । ଏହି ବିଭାଗରେ ୭୦ ଲକ୍ଷରୁ ଉର୍ଦ୍ଧ ମହିଳା ସାମିଲ୍ ହୋଇଥିବା ବେଳେ, ଏଥିରେ ୬ଲକ୍ଷରୁ ଉର୍ଦ୍ଧ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିବା ସେ କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏଥି ମଧ୍ୟରୁ କେନ୍ଦୁଝର ସଦର ବ୍ଲକ ତଥା ସହରାଞ୍ଚଳରେ ମିଶନ୍ ଶକ୍ତି ବିଭାଗରେ ସାମିଲ୍ ହୋଇଥିବା ୩୦ ହଜାର ମହିଳା କିଭଳି ଭାବେ ୨୨ଟି ବିଭାଗ ସହିତ ସମନ୍ଵୟ ରକ୍ଷା କରି ସମସ୍ତ ଯୋଜନାର ଲାଭ ପାଇବେ। ସେ-ନେଇ କେନ୍ଦୁଝରରେ ମହିଳାମାନଙ୍କ ସହିତ ଆଲୋଚନା କରିଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର । ଭାରତର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଗଠିତ ହୋଇଛି ମିଶନ୍ ଶକ୍ତି ବିଭାଗ। 


ଉପସ୍ଥିତ ମହିଳା ମହାସଂଘମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ସହିତ, ସହଭାଗୀତା କିପରି ବଢ଼ିବ ଓ ସେମାନେ SHG ରୁ କିଭଳି SMEରେ ପରିଣତ ହେବେ, ସେନେଇ ମିଶନ୍ ଶକ୍ତି ଉଦଦେଷ୍ଟା ସେମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । କେନ୍ଦୁଝର ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ, ଉଦାହରଣ ସ୍ୱରୂପ ଫୁଲବଡ଼ି, ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରୀ ହୋଇପାରିବ, ସେନେଇ ଉଦ୍ୟମ ହେଉଥିବା ସେ କହିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଲେଟ୍ କାଫେରେ ମହିଳାଙ୍କ ଦ୍ଵାରା ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଇ ସେ ଏସବୁର ପ୍ରଶଂସା କରିଥିଲେ ।