Crime News: ଗାଡି ମାଲିକଙ୍କୁ ମାସିକିଆ ଭଡା ଦେଇ ଗାଡି ବ୍ୟବହାର କରୁଥିଲେ ଜଣେ ଡାକ୍ତର । କିନ୍ତୁ ଗାଡି ଧରି ଫେରାର୍ ହେବାରୁ ମାଲିକ ଥାନାରେ ଏତଲା ଦେଇଥିଲେ । ଆଜି ଉକ୍ତ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳରେ ଘଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଗିରଫ ଡାକ୍ତର ଅଭିନାଶ ଶତପଥୀ ଏସିସିବି ମେଡିକାଲରେ ଇଣ୍ଟର୍ନଶିପ କରିବା ସମୟରେ ତାଙ୍କୁ ଗାଡିର ଆବଶ୍ୟକତା ହୋଇଥିଲା । ନିଜେ ଗାଡି ନକିଣି ଭଡାରେ ଆଣି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଜଣେ ଗାଡି ମାଲିକଙ୍କ ସହ କଥା ହୋଇ ତାଙ୍କ ଗାଡିକୁ ଭଡା ସୁତ୍ରରେ ବ୍ୟବହାର କରୁଥିଲେ । କିଛି ମାସ ଗାଡି ବ୍ୟବହାର ପରେ ଅଭିନାଶ ଭଡା ବାବଦ ଟଙ୍କା ମାଲିକଙ୍କୁ ଦେଇନଥିଲେ । ଗାଡି ମାଲିକ ବାରମ୍ୱାର କଲ୍ କରିବା ସତ୍ୱେ ମଧ୍ୟ ଅଭିନାଶ ଫୋନ ରିସିଭ୍ କରିନଥିଲେ । ଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଗାଡି ମାଲିକ । ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଡାକ୍ତର ଅଭିନାଶ ଶତପଥୀଙ୍କୁ ଖୋଜିବା ଆରମ୍ଭ କରିଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ, ଅଭିନାଶ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ । ସେଠାରେ ପହଞ୍ଚି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି ପଚରା ଉଚରା କରୁଛି ପୋଲିସ ।


Also Read- Lucky Zodiac Sign: ୩୦ ଜୁଲାଇରେ ବୁଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- Odisha Vigilance Raids :ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର : ସମ୍ପତ୍ତି ଦେଖି ତାଯୁବ