Bhitarkanika National Park: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ଆସନ୍ତା ୨୦ତାରିଖ ରେ ଡଲଫିନ୍ ଗଣନା ଆରମ୍ଭ ହେବ । ୨୦ ତାରିଖ ରୁ ୨୨ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା ।  ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ । ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା,ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

 ଭିତରକନିକା ସଲଗ୍ନ ନଦୀ,କ୍ରୀକ ଓ ସମୁଦ୍ରରେ ୫ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ସୂଚନାଯୋଗ୍ଯ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ଡଲଫିନ ଗଣନା କରାଯାଉଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି |


 


Also Read: Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ ଡିଜେଲ ଦର, ଓଡ଼ିଶାରେ ବଢ଼ିଲା...