Drowning death: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା। ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବା ସମୟରେ ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ଯୁବକ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ମୃତ ଦୁଇ ଯୁବକ ହେଉଛନ୍ତି ଗଞ୍ଜାମ କୁକୁଡାଖଣ୍ଡିର ରାଜକିଶୋର ଶତପଥୀ ଏବଂ ଇଚ୍ଛାପୁରର ନଳିନୀକାନ୍ତ ତ୍ରିପାଠୀ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଶବ ବ୍ୟବଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି କୁମ୍ଭାରପଡ଼ା ଥାନା ପୋଲିସ। ତେବେ ପ୍ରତ୍ୟକ୍ଷଦର୍ଶୀ ଙ୍କ ସୁଚନା ଅନୁଯାୟୀ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ପରିବାର ସହ ଏହି ଦୁଇ ଯୁବକ ନରେନ୍ଦ୍ର ପୋଖୋରିକୁ ଆସିଥିଲେ। ତେବେ ବାହାରୁ ଆସିଥିବା ରୁ ନରେନ୍ଦ୍ର ପୋଖରୀ ସମ୍ପର୍କରେ ତାଙ୍କର କୌଣସି ଜ୍ଞାନ ନ ଥିଲା। ସମାନେ ଗଭୀର ପାଣିକୁ ଚାଲିଯାଇଥିଲେ। ଫଳରେ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି। ଗତ କିଛିଦିନ ତଳେ ଲଘୁଚାପ ବର୍ଷା ଯୋଗୁ ପୋଖୋରିରେ ବହୁତ ପାଣିଥିଲା। 


COMMERCIAL BREAK
SCROLL TO CONTINUE READING

ନରେନ୍ଦ୍ର ପୋଖରୀର ଗଭୀରତା ଅଧିକ ରହିଚି। ଏ ସମ୍ପର୍କରେ ଦୁଇ ଜଣ ଯୁବକ ଜାଣି ପାରିନଥିଲେ। ଏଣୁ  ଗଭୀର ପାଣି ଭିତରକୁ ଚାଲିଯିବାରୁ ଅକାଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଚି।  ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ନରେନ୍ଦ୍ର ପୁଷ୍କରିଣୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏଭଳି ଅଭାବନୀୟ ଘଟଣାକୁ ନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବାବେଳେ ସଦର ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 


ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ଅନେକ ଭକ୍ତ, ପର୍ଯ୍ୟଟକ ସ୍ନାନ କରିବା ପାଇଁ ଆସୁଥିବା ବେଳେ ପୋଖୋରି ରେ କୌଣସି ସତର୍କ ସୁଚନା ଥିବା ଫଳକ ନାହିଁ। ଏହା ଫଳରେ ଅନେକ ଭକ୍ତ, ପର୍ଯ୍ୟଟକ କେଉଁ ସ୍ଥାନରେ ଗାଧୋଇବା ସେ ନେଇ ଜାଣି ପାରୁନାହାନ୍ତି। ପୁର୍ବରୁ ମଧ୍ୟ ଅନେକ ଅଘଟଣ ଘଟିଛି। ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। ତୁରନ୍ତ ଭକ୍ତ, ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସୁଚନା ଫଳକ ସହ ଲାଇଫ ଗାର୍ଡ, ପୋଲିସ୍ ମୁତୟନ ପାଇଁ ସଧାରଣରେ ଦାବୀ ହୋଇଛି।