Banapur Bhagabati Temple: ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ବି ବାଣପୁରର ମା’ ଭଗବତୀଙ୍କ ପୀଠରେ (Banapur Bhagabati Temple) ଚାଲିଛି ସ୍ୱତନ୍ତ୍ର ପୂଜା ପ୍ରଥା। ଦଶହରା ଅବସରରେ ପାରମ୍ପରିକ ରୀତିରେ ସାତ ବଖରା ଗୃହରେ ସାତ ଭଉଣୀଙ୍କ ସହ ମିଶି ମା’ ଭଗବତୀ ଏହି ପର୍ବ ପାଳନ କରିଥାନ୍ତି। ମା’ ଭଗବତୀଙ୍କ କାଠୀ ଠାକୁରାଣୀ ସାତ ବଖରା ଗୃହକୁ ଆସିବା ବାଟରେ ସ୍ୱତନ୍ତ୍ର ପୂଜା ଭାବେ ରବୀନ୍ଦ୍ର କୁମାର ଜେନା ପୂର୍ବରୁ ଶରଣାପନ୍ନ ହୋଇଥିବା ରଘୁନାଥ ମଣ୍ଡପ ଗୃହର ଦ୍ୱାର ଦେଶରେ ଉପସ୍ଥିତ ହୁଅନ୍ତି। ସେଠାରେ ଆଜ୍ଞାମାଳ ଆସିବା ପରେ ରବିନ୍ଦ୍ର ପ୍ରାଣ ବିସର୍ଜନ କରିଥାନ୍ତି।


COMMERCIAL BREAK
SCROLL TO CONTINUE READING

କିମ୍ବଦନ୍ତୀ ଅନୁଯାୟୀ, ବାଣାସୁର ମା’ ଭଗବତୀଙ୍କୁ ପୂଜା କରିବା ସମୟରେ ନରବଳୀ ଦିଆଯାଉଥିଲା। ବାଣାସୁରର (Banasur) ସମୟ ଯିବା ପରେ ମା’ ଭଗବତୀ ରକ୍ତମୁଖା ହୋଇ ବୁଲୁଥିଲେ। ସେତେବେଳେ ତାଙ୍କର ପୂଜାର୍ଚ୍ଚନା କିଛି ନଥିଲା। ତେଣୁ ସେ ତାମସିକ ଭାବେ ନରବଳୀ ଗ୍ରହଣ କରୁଥିଲେ। ବାଲୁଗାଁ (Balugaon) ନିକଟସ୍ଥ ସିଙ୍ଗେଶ୍ୱର ଗ୍ରାମର ଜେନା ପରିବାରରୁ ଅନେକ ବଳି ପାଇବା ପରେ ଧିରେ ଧିରେ ଜେନା ପରିବାର ପୁରୁଷ ଶୂନ୍ୟ ହେବାରେ ଲାଗିଲା। ଶେଷ ପୁଅକୁ ତା’ର ମାଆ, ଭଗବତୀ ଠାକୁରାଣୀଙ୍କୁ ଲୁଚାଇ କେଉଁ ଆଡ଼େ ଚାଲିଯାଉଥିଲା। ତେବେ ସିଙ୍ଗେଶ୍ୱର ଗ୍ରାମବାସୀ ମା’ଙ୍କ ନରବଳୀକୁ ଭର୍ଛନା କରିବା ପରେ ମା’ ଭଗବତୀଙ୍କ ମନ ପରିବର୍ତ୍ତନ ହୋଇଥିଲା।ଏହାପରେ ଭଗବତୀ ନିଜେ ଛଦ୍ମବେଶରେ ଯାଇ ବଳି ଜେନା ଓ ତା’ ମାଆଙ୍କ ପାଖରେ ପହଁଞ୍ଚି ପଚାରିଥିଲେ ତୁମେ କୁଆଡ଼େ ଯାଉଛ। ଏଥିସହ ଭଗବତୀ ନିଜେ କହିଥିଲେ ମୋ ମୁଣ୍ଡବିନ୍ଧା ହେଉଛି, ଟିକେ ମୋ ମୁଣ୍ଡରେ ତେଲ ଲଗାଇଦେ। ଯେତେବେଳେ ସ୍ତ୍ରୀ ଲୋକଟି ମା’ ମୁଣ୍ଡରେ ତେଲ ଲଗାଇଥିଲା, ସେତେବେଳେ ଦେଖିଥିଲା ଛଦ୍ମବେଶରେ ଆସିଥିବା ମାଆଙ୍କ ମୁଣ୍ଡରେ ଶହଶ୍ର ଆଖି। ମାଆ ଭଗବତୀ ସେତେବେଳେ, କହିଥିଲେ ତୋ ପୁଅର କିଛି ହେବନାହିଁ। ତୁ ଘରକୁ ଯାଆ। ସେହିଦିନଠାରୁ ନରବଳୀ (Narabali )ବନ୍ଦ ହୋଇ ପ୍ରତୀକ ଭାବେ ପୁରୁଷାନୁକ୍ରମେ ସିଙ୍ଗେଶ୍ୱର ଗ୍ରାମର ଜେନା ପରିବାରର ଜଣେ ପୁରୁଷ ଲୋକ ଦଶହରାର ୧୬ ଦିନ ପୂର୍ବରୁ ଶହସ୍ର କୁମ୍ଭ ବରଣ ହେବା ଦିନ ଠାରୁ ଘରୁ ଆସିଥାଏ ଓ କୁମାରପୂର୍ଣ୍ଣିମୀ ନିଶାଦ୍ଧ ରାତ୍ରୀରେ ଘରକୁ ଫେରିଥାଏ।


Also Read-Navratri Day 3: ଆଜି ନବରାତ୍ରୀର ତୃତୀୟ ଦିନ, ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମାଆ


ଷୋଡ଼ଶ ପୂଜା ଆରମ୍ଭ ହେବା ଦିନଠାରୁ ମାଆ ଭଗବତୀଙ୍କ ବିଭିନ୍ନ ରୀତିନୀତି ପାଳନ ହୋଇଥାଏ। ଭଗବତୀ ନିଜର ସାତ ଭଉଣୀ ମା’ ବିରଜାୟୀ, ମା’ କାଳିଜାଇ, ମା’ ସିଦ୍ଧେଶ୍ୱରୀ, ମା’ ବୁଢୀ ଠାକୁରାଣୀ, ମା’ ପୁଲକାଶୁଣୀ ଓ ମା’ ନାରାୟଣୀଙ୍କ ସହ ମିଶି ଦଶହରା (Dussehra 2023) ପର୍ବ ପାଳନ କରିଥାନ୍ତି। ଏହି ଅବସରରେ ରବିନ୍ଦ୍ର ଜେନାଙ୍କୁ ପ୍ରତୀକାତ୍ମକ ଭାବେ ନରବଳୀ ଦିଆଯାଇଥାଏ। ବିଦ୍ଧି ଓ ମନ୍ତ୍ର ମୁତାବକ ମା’ଙ୍କ ଆଜ୍ଞାମାଳ ଆଣି ସେବକମାନେ ବଳୀ ଜେନାଙ୍କ ମୁଣ୍ଡରେ ରଖି ସିନ୍ଦୁର ପ୍ରଲେପ ଲଗାଇଥାନ୍ତି। ସେହି ସମୟରେ ରବୀନ୍ଦ୍ର ଚେତାଶୂନ୍ୟ ହେବା ସହ କିଛି ସମୟ ପାଇଁ ନିର୍ଜୀବ ହୋଇ ମାଆଙ୍କ ପାଖରେ ନିଜକୁ ସମର୍ପଣ କରିଥାନ୍ତି। ଏହାପରେ ଘଣ୍ଟ, ତୁରୀ, ଢୋଲ ବାଦ୍ୟ ପରେ କିଛି ସମୟ ପରେ ଜୀବନ୍ୟାଶ ପାଇଥାନ୍ତି ରବୀନ୍ଦ୍ର।