Elephant Death: ରାଜ୍ୟରେ ଦିନକୁ ଦିନ ହାତୀମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।  ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି। ଯାହାକି ଚିନ୍ତା ଜନକ ବିଷୟ। ଗତବର୍ଷ ୬୮ ହାତୀଙ୍କ ଜୀବନ ଯାଇଛି। ହାତୀ ସଂଖ୍ୟା ତୁଳନାରେ ମୃତ୍ୟୁହାର ପାଖାପାଖି ୩ରୁ ୪.୫ ପ୍ରତିଶତ । ଅଧିକାଂଶ ମୃତ୍ୟୁ ସ୍ବାଭାବିକ। ତେବେ, ୭ ବର୍ଷ ମଧ୍ୟରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି। ରାଜ୍ୟ ହାତୀ ଗଣନା ତଥ୍ୟ ଅନୁସାରେ,ବର୍ତ୍ତମାନ ୨୦୯୮ ହାତୀ ରାଜ୍ୟରେ ଚଳପ୍ରଚଳ କରୁଛନ୍ତି। ପିସିସିଏଫ୍ ସୁଶାନ୍ତ ନନ୍ଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ମୋଟ୍ ୩୧୩ ଜଣ ପ୍ରାପ୍ତ ବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ବୟସ୍କମାଖନା ହାତୀ ଜୀବିତ। ୭୪୮ ପ୍ରାପ୍ତ ବୟସ୍କ ମାଈହାତୀ। ୧୪୮ ଟି ଯୁବ ଅଣ୍ତିରା ହାତୀ ଓ ୨୮୨ଟି ଯୁବ ମାଈ ହାତୀ ଥିବା ବେଳେ ୨୦୯ଟି ହାତୂ ଅଛନ୍ତି। ୩୮୫ଟି ଶାବକଙ୍କୁ ହାତୀ ଗଣନାରେ ଠାବ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

୩୮ଟି ବନଖଣ୍ତରେ ଉପସ୍ଥିତି ଜାହିର କରିଛନ୍ତି ହାତୀ। ୧୩ ବନଖଣ୍ତରେ ହାତୀ ଶୂନ୍ୟ। ଅନୁଗୁଳ, ଆଠଗଡ଼,ଢେଙ୍କାନାଳ,ବାରିପଦା, ଚନ୍ଦକା, ଖୋର୍ଦ୍ଧା,ବଣାଇ ଓ କେନ୍ଦୁଝରରେ ହାତୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢିଛି। ଶିମିଳିପାଳ, ରାଇରଙ୍ଗପୁର,ବଲାଙ୍ଗୀର, ପାରଳାଖେମୁଣ୍ତିରେ  ପୂର୍ବ ବର୍ଷ ଅପେକ୍ଷା ହାତୀ କମିଛନ୍ତି। ରାଜ୍ୟରେ ହାତୀ ଗଣନା ୨୧୦୦ରୁ ୨୨୦୦ ଭିତରେ ରହୁଛି। ହାତୀ ମୃତ୍ୟୁହାର କମୁଥିବା ବେଳେ ଜନ୍ମହାର କମୁଛି । ଫଳରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଫଳରେ୭ ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୧୨୨ ହାତୀଙ୍କ ବୃଦ୍ଧି ଘଟିଥିବା ଜଣାପଡିଛି।