ନୌସେନା ହେଲିକପ୍ଟରର ଜରୁରୀ ଅବତରଣ, କାରଣ ଅସ୍ପଷ୍ଟ
Navy helicopter: ୫ମିନିଟ୍ ରହିବା ପରେ ପୁଣି ଉଡ଼ିଲା କରିଥିଲା ହେଲିକପ୍ଟର। ଜରୁରୀ ଅବତରଣରର କାରଣ ଅସ୍ପଷ୍ଟ। ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅମର୍ଦ୍ଦା ନିକଟରେ ଜରୁରୀ ଅବତରଣ କରିଛି ନୌସେନା ହେଲିକପ୍ଟର। ୫ମିନିଟ୍ ରହିବା ପରେ ପୁଣି ଉଡ଼ିଲା କରିଥିଲା ହେଲିକପ୍ଟର। ଜରୁରୀ ଅବତରଣରର କାରଣ ଅସ୍ପଷ୍ଟ। ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହି ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିଲେ।
ଅନ୍ୟପଟେ ପୁରୀରେ ଆଜି ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ ନୌସେନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜଳ, ସ୍ଥଳ ଓ ଆକାଶ ପଥରେ ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ କରାଯିବ। ନୌସେନାର ୧୫ ଯୁଦ୍ଧ ଜାହାଜ, ୪୦ ଲଢୁଆ ବିମାନ ଏବଂ ୪ ଯୁଦ୍ଧଟ୍ୟାଙ୍କ ଅଂଶଗ୍ରହଣ କରିବେ। ଦୁର୍ଦ୍ଧର୍ଷ ମାର୍କୋସ ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପରେଡ କରାଯିବ। ଦେଶପ୍ରେମର ବାର୍ତ୍ତା ପ୍ରଚାର ସହ ଭରପୂର ମନୋରଞ୍ଜନ କରିବ ସେନାବ୍ୟାଣ୍ଡ। ଜାତୀୟ ସଙ୍ଗୀତ ପରିବେଷଣ ଏବଂ ଜାତୀୟ ପତାକା ଉତ୍ତୋଳନ କରି ନୌସେନା ପ୍ରତିଷ୍ଠା ଦିବସ ଉତ୍ସବ ଉଦଘାଟନ କରାଯିବ। ଏହାଛଡା ନୌସେନାର ଶତାଧିକ ମହିଳା କ୍ୟାଡେଟ ନୃତ୍ୟ ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ନୌସେନାର ସବୁଠାରୁ ଦକ୍ଷ ଏବଂ ପରାକ୍ରମୀ ସୈନିକ, ଯୁଦ୍ଧ ଜାହାଜ, ଯୁଦ୍ଧବିମାନ ଓ ଟ୍ୟାଙ୍କ ଗୁଡ଼ିକ ବିଚକ୍ଷଣ ସାମରିକ କୌଶଳ ପ୍ରଦର୍ଶନ କରିବେ। ମୁଖ୍ୟ ଆକର୍ଷଣ ହେବ ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିକ୍ରମ ସମେତ ୧୦ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜର ପଇଁତରା। ଋଷିଆ ଏବଂ ଆମେରିକା ଭଳି ବିଶ୍ବର ସବୁଠାରୁ ଅଧିକ ଶକ୍ତିଶାଳୀ ରାଷ୍ଟ୍ରର ନୌବାହିନୀ ଠାରୁ ସାମରିକ ଦକ୍ଷତାରେ ଭରତୀୟ ନୌସେନା ଯେ କୌଣସି ଗୁଣରେ କମ୍ ନୁହନ୍ତି ଏହାର ପ୍ରମାଣ ଆଜି ଦେଖିବାକୁ ମିଳିବ। ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୭ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।