ପୁରୀ ସମୁଦ୍ରରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର
ଅସାବଧାନତା ବଶତଃ ଆୟୁଷ ସମୁଦ୍ରରେ ଭାସିଯାଇ ଥିଲେ। ସମୁଦ୍ରକୂଳ ଥାନା, ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ରାତି ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।
ପୁରୀ: ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଛନ୍ତି । ଛାତ୍ର ଜଣକ ହେଉଛନ୍ତି ଭଦ୍ରକ କୁଆଁସ ଅଞ୍ଚଳର ସତ୍ଯରାଜ ମହାପାତ୍ରଙ୍କ ପୁଅ ଆୟୁଷ । ଆୟୁଷ ବାଲେଶ୍ଵର ଜିଲ୍ଲା କୁକୁଡ଼ା ଏବିଏ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ।
ଆଠଜଣ ସାଙ୍ଗଙ୍କ ସହ ଗତକାଲି ପୁରୀ ଆସି ହୋଟେଲରେ ରହିଥିଲେ ଆୟୁଷ । ଆଜି ସକାଳେ ସମୁଦ୍ରକୂଳ ଥାନା ଦିଗବାରେଣି ଖୁଣ୍ଟି ନିକଟରେ ସମୁଦ୍ରରେ ଗାଧୋଉ ଥିଲେ। ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ସାଙ୍ଗକୁ ଅଶାନ୍ତ ରହିଛି। ଅସାବଧାନତା ବଶତଃ ଆୟୁଷ ସମୁଦ୍ରରେ ଭାସିଯାଇ ଥିଲେ। ସମୁଦ୍ରକୂଳ ଥାନା, ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ରାତି ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। ପିୟୁଷଙ୍କ ବାପା ସତ୍ଯରାଜ ମହାପାତ୍ରଙ୍କ ଅଭିଯୋଗ କ୍ରମେ ସମୁଦ୍ର କୂଳ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
Also Read- Weekly Health Rashifal: ନୂଆ ସପ୍ତାହରେ ସ୍ୱାସ୍ଥ୍ୟ ରହିବ ତ ଭଲ ? ଜାଣନ୍ତୁ ରାଶିଫଳ
Also Read- Crime News: ମହିଳାଙ୍କ ସହ ଦୁର୍ବ୍ୟବହାର, ଲଙ୍କା ଗୁଣ୍ଡ ବ୍ୟବହାର କଲେ ଆକ୍ରମଣକାରୀ