Tathagata Satpathy : ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ’ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥି ମହିଳା ଆରକ୍ଷଣ ବିଲ୍‍କୁ ସମାଲେଚନା କରିଛନ୍ତି। ସାରା ଦେଶ ଯାତେବେଳେ ଏହି ବିଲ୍‍ର ସମର୍ଥନରେ ଲାଗିଛି ସେତେବେଳେ ତଥାଗତ ଟ୍ୱିଟ୍‍ କରି କହିଛନ୍ତି ଏହା କିଛି ପୁରୁଷ ରାଜନେତାଙ୍କୁ ସହାୟକ ହେବ। ସେମାନଙ୍କ ଭୋଟ୍‍ ଭିତ୍ତିକୁ ଧରି ରଖିବାରେ ଏହି ବିଲ୍‍ ସାହାଯ୍ୟ କରିବ ବୋଲି ସେ ଲେଖିଛନ୍ତି। ଏହାସହ ତାଙ୍କ ଖବରକାଗଜରେ ପ୍ରକାଶିତ ଏକ ବ୍ୟଙ୍ଗଚିତ୍ରକୁ ମଧ୍ୟ ତଥାଗତ ପୋଷ୍ଟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତଥାଗତ ସତପଥି ଅତୀତରେ ଢେଙ୍କାନାଳୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନିଜର ଶାଣିତ ସମ୍ପାଦକୀୟ ତଥା ମହିଳାଙ୍କ ସପକ୍ଷ ମତ ପାଇଁ ସେ ପରିଚିତ। ମହିଳାଙ୍କୁ ସମ୍ମାନ ଦେବାକୁ ଯାଇ ଯେ ନିଜ  ଖବରକାଗଜରେ ପ୍ରଥମେ ମହିଳା ଓ ପରେ ପୁରୁଷ ଉଲ୍ଲଖ କରନ୍ତି। ହେଲେ ଆଜି ଯେତେବେଳେ ନୂତନ ସଂସଦ ଭବନର ପ୍ରଥମ ବିଲ୍‍ ଭାବେ ୩୩% ମହିଳା ଆରକ୍ଷଣ ବିଲ୍‍କୁ ଦଳମତ ନିର୍ବିଶେଷରେ ୪୫୪ ଜଣ ସାଂସଦ ସମର୍ଥନ କରିଛନ୍ତି ତଥାଗତ ନିଜ ଖବରକାଗଜରେ ଏକ ବ୍ୟଙ୍ଗଚ୍ଚିତ୍ର ପ୍ରକାଶ କରିଛନ୍ତି। 


ଏହି ବ୍ୟଙ୍ଗଚ୍ଚିତ୍ରରେ ଏକ ଅଦୃଶ୍ୟ ହାତରୁ ଜଣେ ମହିଳା ଭୀତତ୍ରସ୍ତ ହୋଇ ଟିକେଟ୍‍ ଗ୍ରହଣ କରୁଥିବା ଦେଖାଯାଉଛି। ଯାହାଙ୍କ ପଛରେ ରହିଛନ୍ତି ଟୋପି ପିନ୍ଧା ପାରମ୍ପରିକ ନେତା। ସେ କହୁଛନ୍ତି ‘ ଆଗକୁ ବଢ଼, ମୁଁ ତୁମ ପଛରେ ଅଛି’।  ଏହି ବ୍ୟଙ୍ଗଚ୍ଚିତ୍ର ସ୍ପଷ୍ଟ କରୁଛି ଯେ, ଏହି ନିୟମ ଦ୍ୱାରା ମହିଳା କେବଳ ଜଣେ ଛାୟା ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏ ପ୍ରସଙ୍ଗକୁ ଅଧିକ ପ୍ରାଞ୍ଜଳ କରିବାକୁ ଯାଇ ଶ୍ରୀ ସତପଥି କହିଛନ୍ତି, ମୋ ପରିବାର ଜଣେ ମହିଳାଙ୍କୁ ରାଜନୀତିର ଶିଖରରେ ପହଞ୍ଚିବା ଦେଖିଛି। ଏହା କୌଣସି ଆରକ୍ଷଣ ବିନା ସମ୍ଭବ ହୋଇଥିଲା’। ଏପରିକି ପ୍ରତି ପରିବାରର ମହିଳାମାନେ ରାଜନୀତି ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ବୋଲି  ସେ କହିଛନ୍ତି। 


ଏଣୁ ମହିଳା ଆରକ୍ଷଣ ବିଲରେ ସାଧାରଣ ମହିଳାଙ୍କ ପାଇଁ କିଛି ନାହିଁ। ଏହି ସମ୍ଭବତଃ କିଛି ପୁରୁଷ ରାଜନେତାଙ୍କୁ ସହାୟକ ହୋଇପାରେ । ସେମାନେ ତାଙ୍କ ଭୋଟ୍‍ ବ୍ୟାଙ୍କକୁ ଧରି ରଖିବା ପାଇଁ ଘରର ମହିଳାମାନଙ୍କୁ ବ୍ୟବହାର କରିବା ସୁଯୋଗ ପାଇବେ ବୋଲି କହିଛନ୍ତି ତଥାଗତ। ତଥାଗତଙ୍କ ମା’ ହେଉଛନ୍ତି ନନ୍ଦିନୀ ଶତପଥି। ନନ୍ଦିନୀ ଏକଦା ଓଡ଼ିଶାର ଫାୟାରବ୍ରାଣ୍ଡ ନାରୀନେତ୍ରୀ ଭାବେ ପରିଚିତ ଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ଅଳଂକୃତ କରିଥିଲେ। 


ଗତକାଲି ଲୋକସଭାରେ ୪୫୪ ଭୋଟ୍‍ ରେ ମହିଳା ଆରକ୍ଷଣ ବିଲ୍‍ ଗୃହୀତ ହୋଇଛି।  କେବଳ ଏଆଇଏମ୍‍ଏମ୍‍ଙ୍କ ଦୁଇ ସାଂସଦ ଏହି ବିଲ୍‍ ବିରୁଦ୍ଧରେ ଭୋଟ୍‍ ଦେଇଥିଲା। ଆଜି ଏ ବିଷୟରେ ରାଜ୍ୟସଭାରେ ଆଲୋଚନା ହେଉଛି। ସନ୍ଧ୍ୟାବେଳେ ରାଜ୍ୟସଭାରେ ଏହି ବିଲ୍‍ ପାଇଁ ଭୋଟ୍‍ଗ୍ରହଣ କରାଯିବାର ସମ୍ଭାବନା ରହିଛି। ବିଜେଡି ଏଥିଲାଗି ସମସ୍ତ ରାଜ୍ୟସଭା ସଦସ୍ୟୃଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍‍ ଜାରି କରିଛି।


Also Read: India Canada Row: କାନାଡାର ନାଲିଆଖି ପରେ ଚୁପ୍ ନାହିଁ ଭାରତ, ତିନି ଦିନରେ ଦେଲା ଏହି ତିନୋଟି ବଡ଼ ଝଟକା


Also Read: India vs Canada: କାନାଡ଼ା ନାଗରିକଙ୍କ ପାଇଁ ଭିସା ରଦ୍ଦ କଲେ ଭାରତ ସରକାର


Also Read: Soumya Ranjan Patnaik: ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ