ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଓଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ବଦଳି କରାଯାଇ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି । ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନର ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସେହିପରି ପୁରୀ ସବ୍‌ କଲେକ୍ଟର ଗୋପୀନାଥ କୁଅଁରଙ୍କୁ ବଦଳି କରି ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ବରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ ଇଓ ଭାବେ ସୂରଜ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡେପୁଟି କମିଶନର ରାଜ କିଶୋର ଜେନାଙ୍କୁ ପୁରୀ ସବ୍‌-କଲେକ୍ଟର ଭାବେ ନୂଆ ଦାୟିତ୍ୱ ମିଳିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗରେ କାର୍ଯ୍ୟରତ ଥିବା ହେମସାଗର ଭୋଇଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି। ସୋହେଲା ବିଡିଓ ସୁରେନ୍ଦ୍ର ମେହେରଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ସବ୍‌-କଲେକ୍ଟର ଭାବେ ପଦୋନ୍ନତୀ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ରେ ଜିଏମ୍ (ସୋସିଆଲ ପ୍ରୋଜେକ୍ଟସ) ଥିବା ମନୋରଞ୍ଜନ ସାହୁଙ୍କୁ ସବ୍‌-କଲେକ୍ଟର ଭାବେ ନୂଆ ଦାୟିତ୍ୱ ମିଳିଛି । ଯାଜପୁରର ଅତିରିକ୍ତ ସବ୍‌ କଲେକ୍ଟର ମନୋରମା ଜାଲିଙ୍କୁ ସ୍ଥାନାନ୍ତର କରାଯାଇ ଭୁବନେଶ୍ୱର ଏସ୍‌ଆଇଆରଡିର ଡେପୁଟି ଡାଇରେକ୍ଟର ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗିର ତହସିଲଦାର ସୁନୀଲ କୁମାର ମେହେରଙ୍କୁ ପାଟଣାଗଡ଼ ସବ୍‌-କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି।


Also Read- Top 10 News Today: ଆସନ୍ତାକାଲି ଭୁବନେଶ୍ୱରରେ ହେବ ପଥୋତ୍ସବ, ଖବର ସହ ଅନ୍ୟ ଅପଡେଟ୍


Also Read- ସେନାବାହିନୀକୁ ବଡ଼ ସଫଳତା, ଆତଙ୍କବାଦୀ ନିହତ