Top 10 News Today: ଆସନ୍ତାକାଲି ଭୁବନେଶ୍ୱରରେ ହେବ ପଥୋତ୍ସବ, ଖବର ସହ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2492316

Top 10 News Today: ଆସନ୍ତାକାଲି ଭୁବନେଶ୍ୱରରେ ହେବ ପଥୋତ୍ସବ, ଖବର ସହ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News Today: ଆସନ୍ତାକାଲି ଭୁବନେଶ୍ୱରରେ ହେବ ପଥୋତ୍ସବ, ଖବର ସହ ଅନ୍ୟ ଅପଡେଟ୍

Top 10 News Today

1. Rules for For crackers: ଭୁବନେଶ୍ୱର- କଟକରେ ବାଣ ଦୋକାନ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କମିଶନରେଟ ପୁଲିସ। ବିଏମ୍‍ସି ଏବଂ ଅଗ୍ନିଶମ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ଲାଇସେନ୍ସ ପ୍ରଦାନ କରିବାକୁ କୁହାଯାଇଛି। ଏ ଭିତରେ କମିଶନରେଟ ପୁଲିସ ପକ୍ଷରୁ ୨୫ଟି ସ୍ଥାନରେ ବାଣ ଦୋକାନ ଖୋଲିବାକୁ ଚିହ୍ନଟ କରାଯାଇଛି। ଏହି ସ୍ଥାନରେ ଏବେ ୨୦୦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସମୁଦାୟ ୪୬୫ଟି ଦୋକାନ ପାଇଁ ଆବେଦନ ଆସିଥିବା କହିଛନ୍ତି ଭୁବନେଶ୍ୱର ଡିସିପି। 

2. Subhadra Yojana: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନର ତୃତୀୟ ପର୍ଯ୍ୟାୟ ଖୁବ୍‍ ଶୀଘ୍ର ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ଯୋଜନାରେ ସାମିଲ କରାଯାଇ ଅର୍ଥ ପ୍ରଦାନ ଶେଷ ହୋଇଛି। ଏକ କୋଟି ମହିଳାଙ୍କୁ ଏହି  ଯୋଜନାରେ ସହାୟତା ଅର୍ଥ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। 

3. Transfer in OAS: ରାଜ୍ୟ ସରକାର ବରିଷ୍ଠ ଓଏଏସ୍‍ ଅଧିକାରୀଙ୍କ ଭିତରେ ଅଦଳ ବଦଳ କରିଛନ୍ତି। ୧୧ ଜଣ ଅଧିକାରୀଙ୍କ କ୍ଷେତ୍ରରେ ବଦଳି ଆଦେଶ ଜାରି କରିଛନ୍ତି ସାଧାରଣ ପ୍ରଶାସନ ବିଭାଗ। 

4. Vigilance Week: ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆୟ ବହିର୍ଭୁତ ମାମଲାର ତଦନ୍ତ ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଗତ ୪ ମାସ ମଧ୍ୟରେ ୧୨୩ ଜଣଙ୍କ ବିରୁଦ୍ଧରେ ୮୮ଟି ମାମଲା ରୁଜୁ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଏମାନଙ୍କ ଭିତରେ ୨୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୧୨ଜଣ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ଏବଂ ୫୪ ଜଣ ତୃତୀୟଶ୍ରେଣୀ କର୍ମଚାରୀ ରହିଥିବା ବେଳେ ୨୬ ଜଣ ସାଧାରଣ ଲୋକ ଏବଂ  ୭ ଜଣ ଅନ୍ୟ ଲୋକ ସେବକ ରହିଥିବା କୁହାଯାଇଛି। 

5. Vigilance Award: ରାଜ୍ୟ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ୫ ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବଶ୍ରଷ୍ଠ ଭିଜିଲାନ୍ସ ଡିଭିଜନ୍‍ ଭାବରେ କୋରାପୁଟକୁ ପୁରସ୍କୃତ କରାଯାଇଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ  ୟୁନିଟକୁ ସର୍ବଶ୍ରଷ୍ଠ ୟୁନିଟ ଭାବେ ପୁରସ୍କୃତ କରାଯାଇଛି। ବାଲେଶ୍ୱର ଡିଭିଜନ୍‍ ଅଧୀନରେ କାମ କରୁଥିବା ଭଦ୍ରକ ୟୁନିଟ ଡିଏସ୍‍ପି ଦୁସ୍ମନ୍ତ କୁମାର ନାୟକଙ୍କୁ ସର୍ବଶ୍ରଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି। ବ୍ରହ୍ମପୁର ଡିଭିଜନ୍‍ର ଡିଏସ୍‍ପି ସୀତାଞ୍ଜଳୀ ନାୟକଙ୍କୁ ଶ୍ରଷ୍ଠ ମହିଳା ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି। ହେମନ୍ତକୁମାର ସ୍ୱାଇଁଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଓକିଲ ଭାବେ ପୁରସ୍କୃତ କରାଯାଇଛି।  

6. CM Reviews Flood affected aread: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆକାଶମାର୍ଗରୁ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷା ହେତୁ ଉତ୍ତରାଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସମୟରେ ଉପସ୍ଥିତ ଥିଲେ। ନଭେମ୍ବର ୨ ତାରିଖରେ ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି। 

7. Pathotsav in Bhubaneswar: ଆସନ୍ତା କାଲି ଭୁବନେଶ୍ୱରରେ ପାଳନ ହେବ ପଥୋତ୍ସବ। ମାଷ୍ଟରକାଣ୍ଟିନ୍‌ ଛକରୁ  ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ପଥୋତ୍ସବ ଆୟୋଜନ କରାଯାଇଛି। ଏଥିସହିତ ଏକ  ୱାକାଥନ୍‌ ମଧ୍ୟ ହେବ । ସକାଳ ସାଢ଼େ ୭ଟାରୁ ୧୦ ଯାଏ ଏହି କାର୍ଯ୍ୟକ୍ରମ ହେବ । ଭୋଟର ସଚେତନତା ତଥା ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି  ଏପରି ପ୍ରୟାସ କରାଯାଇଛି । 

8. BDO Transferred: ବିଭିନ୍ନ ଜିଲ୍ଲାର  ୪୪ଟି ବ୍ଲକରେ କାର୍ଯ୍ୟରତ ବ୍ଲକ ଉନ୍ନୟନ  ଅଧିକାରୀ (ବିଡିଓ)ଙ୍କୁ ଅନ୍ୟ ବ୍ଲକକୁ  ବଦଳି କରାଯାଇଛି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ  ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଏହାବାଦ୍‌ ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ  କରୁଥିବା ୨୩ ଜଣ ବିଡିଓଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗକୁ ଫେରାଇ ଅଣାଯାଇଛି । ସମସ୍ତଙ୍କୁ ଆସନ୍ତା ୨୯ ତାରିଖ ମଧ୍ୟରେ କାର୍ଯ୍ୟରେ  ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

9. C-295 manufacturing unit: ଦେଶରେ C-295 ଯୁଦ୍ଧ ବିମାନ ନିର୍ମାଣ ଲାଗି ଆଜି ଗୁଜରାଟର ଭଡ଼ଦୋରାଠାରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ଉଦ୍‍ଘାଟନ କରାଯାଇଛି। ସ୍ପେନ ଏୟାରବସ୍‍ ସହାୟତାରେ ଟାଟା ଦ୍ୱାରା ଏହି କଂପ୍ଲେକ୍ସ ପରିଚାଳନା କରାଯିବ। ଏଠାରେ ୨୦୨୬ ସୁଦ୍ଧା ୪୦ଟି C-295 ଯୁଦ୍ଧ ବିମାନ  ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। 

10. Forest Department Rescue: କେନ୍ଦୁଝରର ସଦର ବନଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି ଖାଦ୍ୟ ଅନୁସନ୍ଧାନରେ ଆସିଥିବା ୨୫ରୁ ଉର୍ଦ୍ଧ୍ୱ ବାର୍‍ହା ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଛନ୍ତି। ରାତି ସାରା ସେମାନେ ଏହି କୂଅରେ ପଡ଼ି ରହିବା ପରେ ତାଙ୍କୁ ଆଜି ସକାଳେ ବନଖଣ୍ଡ ପକ୍ଷରୁ ଉଦ୍ଧାର କରାଯାଇଛି। ସେଥିରୁ ଗୋଟିଏ ବାର୍‍ହାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Also Read- ସେନାବାହିନୀକୁ ବଡ଼ ସଫଳତା, ଆତଙ୍କବାଦୀ ନିହତ

Also Read- Mercury Transit 2024: ଲକ୍ଷ୍ମୀନାରାୟଣ ରାଜଯୋଗ, କେଉଁ ରାଶିରେ କି ପ୍ରଭାବ, ଜାଣନ୍ତୁ...