Odisha Crime: କେନ୍ଦୁଝର ପୋଲିସର ବଡ ସଫଳତା, ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଏହି ୪ ହଜାରରୁ ଉର୍ଧ୍ବ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାଇମେଟ୍ରିକ ସ୍କାନର , ୨୫ ଟି ଏଟିଏମ୍ କାର୍ଡ଼ , ୨୫ ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ ଟି ପାସ ବୁକ୍ , ୧୮୫ ଟି ଫଟୋ , ୫୦୭୧ ଟଙ୍କା ଜବତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଧରାପଡ଼ିଥିବା ଅଭିଯୁକ୍ତ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଧ୍ବ ମାମଲା ରହିଛି । ଏସ ପି ଙ୍କ ସୂଚନା ଅନୁଯାୟୀ ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ । ସମସ୍ତ ଅପରାଧୀ ଘସିପୁରା ଥାନା ଅଞ୍ଚଳର ରାଜକିଶୋର ଜେନା, ତପନ କୁମାର ଜେନା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର ବୋଲି ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର।


 ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ସେମାନେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇ ଧାରା ୪୧୯, ୪୨୦ , ୩୪ IPC , RW ଆଇନ୍ ୬୬ (C), ୬୬ (D), IT Act 2000ରେ ଗିରଫ କରାଯାଇଛି ।