Odisha News: କଳାହାଣ୍ଡି ମେଡିକାଲରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଶିଶୁ ଓ ମହିଳା
Odisha News: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେଣ୍ଡା ମାଝି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ଶର୍ଟ ସର୍କିଟ୍ କାରଣକରୁ ନିଆଁ ଲାଗିବା ଅନୁମାନ କରାଯାଇଛି। ଏହାଦ୍ୱାରା ଯଦିଓ କେହି ମୃତାହତ ହୋଇ ନାହାନ୍ତି କିନ୍ତୁ ମଧ୍ୟ ରାତ୍ରୀର ଏହି ଦୁର୍ଘଟଣା ହସ୍ପିଟାଲରେ ଭୟର ବାତାବରଣ ସୃଷ୍ଟି କରିଛି।
Odisha News: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେଣ୍ଡା ମାଝି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ଶର୍ଟ ସର୍କିଟ୍ କାରଣକରୁ ନିଆଁ ଲାଗିବା ଅନୁମାନ କରାଯାଇଛି। ଏହାଦ୍ୱାରା ଯଦିଓ କେହି ମୃତାହତ ହୋଇ ନାହାନ୍ତି କିନ୍ତୁ ମଧ୍ୟ ରାତ୍ରୀର ଏହି ଦୁର୍ଘଟଣା ହସ୍ପିଟାଲରେ ଭୟର ବାତାବରଣ ସୃଷ୍ଟି କରିଛି।
ହସ୍ପିଟାଲ୍ ଏଡିଏମ୍ଓ ରଞ୍ଜନ କୁମାର ମିତ୍ରଙ୍କ କହିବା ଅନୁସାରେ ରାତି ପ୍ରାୟ ୧୨ଟା ୧୦ରେ ନିଆଁ ଲାଗିଥିଲା। ନିଆଁ ଲାଗିବାର କିଛି ସମୟ ପୂର୍ବରୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଓ୍ୱାର୍ଡରେ ଏକ ଆଲାର୍ମ ବାଜିଥିଲା। ଏହି ଆଲାର୍ମ ୩୯ ଓ ୪୦ ନମ୍ବର ବେଡ୍ରେ ବାଜି ଉଠିଥିଲା। ଏହା ଶୁଣି ନର୍ସ ସମ୍ପୃକ୍ତ ବେଡ୍ ପାଖରେ ପହଞ୍ଚି ରୋଗୀଙ୍କୁ ପଚାରିଥିଲେ। କିନ୍ତୁ ରୋଗୀ ବଜାଇ ନଥିବା କାରଣରୁ ଏହା ଇଲେକ୍ଟ୍ରିକ ଶର୍ଟ ସର୍କିଟ୍ ବୋଲି ସନ୍ଦେହ କରି ସମ୍ପୃକ୍ତ ନର୍ସ ଡା. ମିତ୍ରଙ୍କୁ ଫୋନ୍ କରିଥିଲେ। ଏହାପରେ ଏହି ଓ୍ୱାର୍ଡରେ ନିଆଁ ଲାଗିଥିବା ଖବର ମିଳିଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ୍ ପକ୍ଷରୁ ଜିଲ୍ଲା ଦମକଳ ବାହିନୀକୁ ଖବର ଦିଖଯାଇଥିଲା। ଦମକଳ ବାହିନୀର ୩୦ ଜଣିଆ ଦଳ ଏଠାରେ ପହଞ୍ଚି ପ୍ରଥମେ ରୋଗୀ ଓ ସମ୍ପର୍କୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମିଳିଥିବା ସୂଚନା ଅନୁସାରେ ନିଆଁ ତୃତୀୟ ମହଲାରେ ସୀମିତ ଥିଲା। ତୃତୀୟ ମହଲାରେ ସ୍ତ୍ରୀ, ପ୍ରସୂତି ଓ ନବଜାତ ଶିଶୁଙ୍କ ଓ୍ୱାର୍ଡ ରହିଥିବାରୁ ଏଠାରେ ରୋଗୀ ଓ ସମ୍ପର୍କୀଙ୍କ ସଂଖ୍ୟା ଯଥେଷ୍ଟ ରହିଥିଲା। ଏଣୁ ଅଗ୍ନିଶମ ଅଧିକାରୀମାନେ ପ୍ରଥମେ ଏହି ରୋଗୀ ଓ ସମ୍ପର୍କୀଙ୍କୁ ତୃତୀୟ ମହଲାରୁ ତଳ ମହଲାକୁ ଆଣିଥିଲେ। ଲିଫ୍ଟ ବନ୍ଦ ଥିବାରୁ ରାମ୍ପ ସହାୟତାରେ ତାଙ୍କୁ ତଳକୁ ଅଣାଯାଇଥିଲା। ଏହି ମହଲାର ଉପରେ ଥିବା କ୍ୟାବନ୍ରୁ ମଧ୍ୟ ସମସ୍ତ ରୋଗୀଙ୍କୁ ତଳକୁ ଅଣାଯାଇଥିବାରୁ ରୋଗୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଫଳ ହୋଥିଲା ପ୍ରଶାସନ। ସମାନ ସମୟରେ ନିଆଁକୁ ମଧ୍ୟ ଆୟତ୍ତ କରାଯାଇପାରିଥିଲା। ହେଲେ ଧୂଆଁ ଅଧିକ ଥିବାରୁ ଅନେକ ସମୟ ଧରି ଭିତରକୁ କେହି ଯାଇ ପାରି ନଥିଲେ। ଆଜି ଘଟଣାର ପୂରା ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଏହା ପରେ ସୁରକ୍ଷା ବ୍ୟବସ୍ଥାରେ ଥିବା ତୃଟିକୁ ସୁଧାରିବା ପାଇଁ ପ୍ରୟାସ ହୋଇପାରେ।