କଟକ: କଟକ ସାଲେପୁର ରଟିଲୋ ଗାଁରେ ବେଆଇନ୍‌ ବାଣ ଗୋଦାମ ଉପରେ ପୁଲିସର ଚଢ଼ଉ। ସାଲେପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୁଲିସ ଅଫିସର ଚଢଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ। 


COMMERCIAL BREAK
SCROLL TO CONTINUE READING

ତେବେ ଆଜି ସକାଳୁ ସାଲେପୁର ଡିଏସପି ନେତୃତ୍ୱରେ ଦୁଇଟି ଥାନାର ଅଧିକାରୀ ସମେତ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ କିଶନନଗର ଅଧିନ ରଟିଲୋ ହରିପୁର ଗାଁରେ ଥିବା ଏକ ବାଣ ଗୋଦାମରେ ଚଢଉ ହୋଇଛି। ଯେଉଁ ଚଢଉରେ ପୁଲିସକୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଛି। ଆଗାମୀ ଦିନରେ ଦୀପାବଳି ପୂଜା ପାଇଁ ସବୁ ବାଣ ପ୍ରସ୍ତୁତି ହୋଇ ମହଜୁଦ୍‌ ରହିଥିବା ସୂଚନା ରହିଛି। ତେବେ ଏଠାରେ ପ୍ରସ୍ତୁତ ହେଉଥିବା ବାଣ ପାଇଁ ଲାଇସେନ୍ସ ଅଛି ନା ବେଆଇନ୍‌ ଭାବେ କରାଯାଉଥିଲା ତାହା ତଦନ୍ତ ଆରମ୍ଭ କରିଛି ପୁଲିସ।


ଅଧିକ ପଢନ୍ତୁ...


ଦୂର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ୍ କଟକଣା ଜାରି; ଜାଣନ୍ତୁ କେଉଁଠି କେଉଁଠି ଲାଗିବ କଟକଣା...


https://zeenews.india.com/hindi/zeeodisha/state-news/traffic-restrictions-continue-in-twin-cities-for-puja-festival/2464202