ପୁରୀ ମଙ୍ଗଳାଘାଟରେ ଥିବା ସାବୁନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
Fire mishap: ସାବୁନ ତିଆରି ପାଇଁ ବ୍ୟବହୃତ ତେଲରେ ନିଆଁ ଲାଗିଥିଲା । ନିକଟରେ ଅନେକ ଘର ଓ ନଡ଼ିଆ ଗଛ ରହିଥିବାରୁ ଭୟଭୀତ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ଫ୍ୟାକ୍ଟ୍ରି ମାଲିକ ଓ ଅନ୍ୟମାନଙ୍କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଦମକଳ ବିଭାଗ। ଦିନ ପ୍ରାୟ ୧୨ ଟା ୩୦ରେ ନିଆଁ ଲାଗିଥିଲା। ପ୍ରାୟ ୮ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଛି ବୋଲି ଫ୍ୟାକ୍ଟ୍ରି ମାଲିକ କହିଛନ୍ତି।
ପୁରୀ: ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସାବୁନ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ନିଆଁ ଏଯାଏ କାବୁ ହୋଇ ନ ଥିବା ଜଣାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୪ଟି ୟୁନିଟ ନିୟୋଜିତ ହୋଇଥିଲେ। ସାବୁନ ଫ୍ୟାକ୍ଟ୍ରିରେ ରହିଥିଲା ଶହ ଶହ କେମିକାଲ ଭର୍ତ୍ତି ଟିଣ। ଏହା ସହିତ ଝାଡୁ ତିଆରି ସରଂଜାମ ରହିଥିଲା। ସେହି ନିକଟରେ ଅନ୍ୟ ଏକ ଜାଗାରେ ଘିଅ ମଧ୍ୟ ଷ୍ଟକ୍ ହୋଇ ରହିଥିଲା।
ସାବୁନ ତିଆରି ପାଇଁ ବ୍ୟବହୃତ ତେଲରେ ନିଆଁ ଲାଗିଥିଲା । ନିକଟରେ ଅନେକ ଘର ଓ ନଡ଼ିଆ ଗଛ ରହିଥିବାରୁ ଭୟଭୀତ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ଫ୍ୟାକ୍ଟ୍ରି ମାଲିକ ଓ ଅନ୍ୟମାନଙ୍କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଦମକଳ ବିଭାଗ। ଦିନ ପ୍ରାୟ ୧୨ ଟା ୩୦ରେ ନିଆଁ ଲାଗିଥିଲା। ପ୍ରାୟ ୮ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଛି ବୋଲି ଫ୍ୟାକ୍ଟ୍ରି ମାଲିକ କହିଛନ୍ତି।