Kendrapara Firing:  କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଗୁଳିମାଡ ଖବର ସାମ୍ନାକୁ ଆସିଛି । ୨ଜଣ ଦୁର୍ବୃତ୍ତ ଏକ ବୁଲେଟରେ ଆସି ମାର୍ଶାଘାଇର ମଙ୍ଗଳା ଛକ ନିକଟରେରେ ଗୁଳିମାଡ କରିଛନ୍ତି । ଏହି ଗୁଳିକାଣ୍ଡରେ ଶକ୍ତି ଚନ୍ଦନ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ଠିକାଦାରଙ୍କ ସୁପରଭାଇଜର (Supervisor) ଭାବେ କାର୍ଯ୍ୟ କରନ୍ତି ଗୁଳିମାଡର ଶିକାର ହୋଇଥିବା ଯୁବକ ଶକ୍ତି ଚନ୍ଦନ । ତାଙ୍କ ଘର ଜଗସିଂହପୁର (jagatsinghpur) ଜିଲ୍ଲାର ମହିରା ଅଞ୍ଚଳରେ । ଶକ୍ତିଙ୍କ ପେଟରେ ଗୁଳି ବାଜିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲ (Cuttack SCB)କୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ (Police) ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Also Read- Emotional Story: ୧୦ ବର୍ଷ ପରେ ସ୍ୱାମୀଙ୍କୁ ପାଖରେ ପାଇ କାନ୍ଦିପକାଇଲେ ସ୍ତ୍ରୀ