Emotional Story: ୧୦ ବର୍ଷ ପରେ ସ୍ୱାମୀଙ୍କୁ ପାଖରେ ପାଇ କାନ୍ଦିପକାଇଲେ ସ୍ତ୍ରୀ
Advertisement
Article Detail0/zeeodisha/odisha1801786

Emotional Story: ୧୦ ବର୍ଷ ପରେ ସ୍ୱାମୀଙ୍କୁ ପାଖରେ ପାଇ କାନ୍ଦିପକାଇଲେ ସ୍ତ୍ରୀ

Ballia News: ବାଲିଆ ଡାକ୍ତରଖାନା ବାହାରେ ସ୍ୱାମୀ ଭିକ ମାଗୁଥିବା ଅବସ୍ଥାରେ ସ୍ୱାମୀଙ୍କୁ ଦେଖି ସ୍ତ୍ରୀ କାନ୍ଦିବାକୁ ଲାଗିଲେ। ଏହି ଦୃଶ୍ୟ ଲୋକଙ୍କ ଆଖିରେ ପଡିବା କ୍ଷଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

Emotional Story: ୧୦ ବର୍ଷ ପରେ ସ୍ୱାମୀଙ୍କୁ ପାଖରେ ପାଇ କାନ୍ଦିପକାଇଲେ ସ୍ତ୍ରୀ

Ballia News: ଆଜି ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଭାବପ୍ରବଣ (Emotional) କରିବାକୁ ବାଧ୍ୟ କରିବ । କାରଣ ୬ମାସ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୧୦ ବର୍ଷ ପୂର୍ବରୁ ନିଖୋଜ ହୋଇଯାଇଥିବା ସ୍ୱାମୀଙ୍କୁ ଭିକାରୀ (beggar) ଅବସ୍ଥାରେ ହଠାତ୍ ସ୍ତ୍ରୀଙ୍କ ନଜରକୁ ଆସିଥିଲେ । ଫୁଟଫାତ (Road side)ରେ ଭିକ ମାଗୁଥିବା ଦେଖି ସ୍ତ୍ରୀ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । କିଛି କ୍ଷଣ ପାଇଁ ମହିଳା ଜଣଙ୍କ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ପରେ ସ୍ୱାମୀଙ୍କ ପାଖକୁ ଯାଇ ଆଲିଙ୍ଗନ କରିବାକୁ ଲାଗିଲେ । ଶୁକ୍ରବାର ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ (Viral) ହେବାରେ ଲାଗିଛି ।

ସୂଚନା ମୁତାବକ ଜିଲ୍ଲା ମହିଳା ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସିଥିଲେ ମହିଳା ଜଣକ । କାମ ସାରି ଫେରିବା ସମୟରେ ମହିଳା ଡାକ୍ତରଖାନା ନିକଟରେ ରାସ୍ତା କଡରେ ଅର୍ଦ୍ଧ ଉଲଗ୍ନ ମଧ୍ୟବୟସ୍କ ଭିକାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଦୌଡ଼ି ଆସି ତାଙ୍କୁ କୁଣ୍ଡାଇବା ସହ କାନ୍ଧରେ ମଥା ରଖି କାନ୍ଦିବାକୁ ଲାଗିଲେ । ଏହି ଦୃଶ୍ୟ ଆଖପାଖର ଲୋକମାନଙ୍କୁ ମଧ୍ୟ ବେଶ୍ ପ୍ରଭାବିତ କରିଥିଲା । ସେହି ସମୟରେ ମହିଳାଙ୍କ ସହିତ ତାଙ୍କ ପୁଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହି ଦୃଶ୍ୟ ଦେଖିବା ପରେ ପୁଅ ମନରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାଆ କାହିଁକି ଏପରି କରୁଛନ୍ତି ସେ ସମୟରେ ପୁଅ ମଧ୍ୟ ବୁଝିପାରିଲେ ନାହିଁ । କିନ୍ତୁ ଦୁଖର କଥା ଭିକାରୀ ଅବସ୍ଥାରେ ଥିବା ସ୍ୱାମୀ ଜଣକ ଚୁପ ରହିଥିଲେ କାରଣ ତାଙ୍କର ମାନସିକ ସ୍ଥିତି ସଠିକ ନଥିବାରୁ ନିଜ ପତ୍ନୀ ଓ ପୁଅଙ୍କୁ ସେ ଚିହ୍ନିପାରିନଥିଲେ । ଯେତେବେଳେ ପୁଅ ନିଜ ମାଆକୁ ଘଟଣା ସମ୍ପର୍କରେ ପଚାରିଲା, ମାଆ ଯାହା କହିଥିଲେ ତାହା ଶୁଣି ପୁଅ ସମେତ ଘଟଣାସ୍ଥଳରେ ଥିବା ସମସ୍ତ ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ମହିଳା ଜଣକ କହିଥିଲେ ଯେ, ଏହି ଭିକାରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ତାଙ୍କ ସ୍ୱାମୀ ମୋତିଚାନ୍ଦ ଭର୍ମା । ମୋତିଚାନ୍ଦ ଦୀର୍ଘ ୧୦ ବର୍ଷ ଧରି ନିଖୋଜ ଥିଲେ । ମାଆଙ୍କ କଥା ଶୁଣିବା ପରେ ପୁଅ ବେଶ୍ କିଛି ସମୟ ବାପାଙ୍କ ମୁହଁକୁ ଚାହିଁଥିଲେ । ପୁଅ ମଧ୍ୟ ଅତି ନିକଟରେ ବାପାଙ୍କୁ ଦେଖି ଖୁବ ଭାବବିହ୍ୟୁଳ ହୋଇପଡିଥିଲେ । ଏହି ଦୃଶ୍ୟ ଦେଖିବା ପରେ ଉପସ୍ଥିତ କିଛି ଲୋକଙ୍କ ଆଖିରୁ ଲୁହ ଝରିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାଟି ଅତ୍ୟନ୍ତ ଚମତ୍କାର ବୋଲି କହି ଲୋକେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ ।

୧୦ ବର୍ଷ ପୂର୍ବରୁ ମୋତିଚାନ୍ଦଙ୍କ ମାନସିକ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା । ଚିକିତ୍ସା ହେଉଥିଲେ ମଧ୍ୟ ଦିନେ ହଟାତ୍ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲେ । ମୋତିଚାନ୍ଦଙ୍କ ପତ୍ନୀ ଜାନକୀ ଦେବୀ ସ୍ୱାମୀଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ବି ପାଇନଥିଲେ । ଶେଷରେ ନିରାଶ ହୋଇ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇଥିଲେ । ତିନି ପୁଅଙ୍କ ମୁହଁକୁ ଚାହିଁ ସେ ନିଜର ଜୀବନ ଅତିବାହିତ କରିବାକୁ ଲାଗିଲେ । ବର୍ତ୍ତମାନ ଜାନକୀ ଦେବୀ ଡାକ୍ତରଙ୍କୁ ଭେଟିବା ପାଇଁ ଶୁକ୍ରବାର ଦିନ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ସମୟରେ ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ ପାଇଥିଲେ । ପରେ ପୁଅ ମାଆଙ୍କ ସହଯୋଗରେ ନିଜ ଜନ୍ମଦାତା ବାପାଙ୍କୁ ସାଥୀରେ ଘରକୁ ନେଇଯାଇଥିଲେ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ପରେ ସମସ୍ତେ ଜାନକୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଛି ବ୍ୟକ୍ତି କହିଛନ୍ତି ଯେ, ସ୍ୱାମୀଙ୍କୁ ଭିକାରୀ ଅବସ୍ଥାରେ ମଧ୍ୟ ଚିହ୍ନିପାରିବାରୁ ସ୍ତ୍ରୀହ୍କୁ ଧନ୍ୟବାଦ ଦେବାକୁ ପଡିବ । ଏହି ଘଟଣା ଅତ୍ୟନ୍ତ ପ୍ରଶଂସନୀୟ । ମୋତିଚାନ୍ଦଙ୍କ ମାନସିକ ଅବସ୍ଥା ଏପର୍ଯ୍ୟନ୍ତ ଭଲ ନଥିଲେ ମଧ୍ୟ ସେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହ ଖୁସିରେ ଘରକୁ ଯାଇଛନ୍ତି । ବର୍ତ୍ତମାନ ଏକ ଭଲ ଡାକ୍ତରଖାନାରେ ପୁଅମାନେ ମୋତିଚାନ୍ଦଙ୍କର ଚିକିତ୍ସା କରିବେ। ପୁଅମାନେ କହିଛନ୍ତି ଯେ, ପିତାଙ୍କୁ ପାଇ ଆମେ ଖୁବ ଖୁସି ଅଛୁ ।

Also Read- Motidungari Ganesh ji: ଏହି ମନ୍ଦିରରେ ମିଳୁଥିବା ମେହେନ୍ଦୀରୁ ହୋଇଯାଏ ବାହାଘର; ଭକ୍ତ ଦିଅନ୍ତି ପ୍ରଥମ ବିବାହ କାର୍ଡ