ଭୁବନେଶ୍ଵର: ଖୋର୍ଦ୍ଧାରୋଡ୍ ମଣ୍ଡଳ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ର ପରଜଙ୍ଗରେ ନୂତନ ପ୍ରତିଷ୍ଠିତ ଗୁଡ୍ ସେଡ୍ ରୁ ୫୪ ୱାଗନ୍ କୋଇଲା ବୋଝେଇର ପ୍ରଥମ ରେକ୍ ଲୋଡିଂ କରାଯାଇଛି। ଦାମୋଦର ଭ୍ୟାଲି କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ୩ହଜାର ୧୬୭ ଟନ୍ କୋଇଲା ପରଜଙ୍ଗରୁ ପଶ୍ଚିମବଙ୍ଗର ଦୁର୍ଗାପୁରକୁ ପରିବହନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ନୂତନ ଗୁଡ୍ ସେଡ୍ ତାଳଚେର ଅଞ୍ଚଳରୁ କୋଇଲା ଏବଂ ସୁକିନ୍ଦା ଅଞ୍ଚଳରୁ ଲୁହାପଥର ସମେତ କେତେକ ସାମଗ୍ରୀକୁ ବିଭିନ୍ନ ପାୱାର ହାଉସ୍ ଏବଂ ଉତ୍ପାଦନ ୟୁନିଟ୍ ର ଚାହିଦା ପୂରଣ କରିବା ସହ ରାଜସ୍ୱ ଯୋଗାଇବାରେ ସାହାଯ୍ୟ କରିବ ବୋଲି କୁହାଯାଇଛି।


ଏହି ଗୁଡ୍ ସେଡ୍ ରେ ପ୍ରଥମ ରେକ୍ ଲୋଡିଂ ସମୟରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ଏଚ୍ ଏସ ବାଜ୍ଵା ଉପସ୍ଥିତ ରହି ଖୋର୍ଦ୍ଧାରୋଡ୍ ମଣ୍ଡଳ ପାଇଁ ଅତିରିକ୍ତ ଟ୍ରାଫିକ୍ ହ୍ୟାଣ୍ଡଲିଂ ପଏଣ୍ଟ ଆରମ୍ଭ କରିଥିବାରୁ ସେ ଅନୁଗୁଳ ସୁକିନ୍ଦା ରେଲୱେ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଦିଲୀପ ସାମନ୍ତରାୟଙ୍କୁ ଅଭିନନ୍ଦନ ଜଣାଇଥିଲେ।