Bhubaneswar to Utkela airport flight service: କଳାହାଣ୍ତିବାସୀଙ୍କ (kalahandi) ପାଇଁ ଖୁସି ଖବର । ଏଣିକି ବିମାନ ସେବାର ଲାଭ ଉଠାଇବେ ଜିଲ୍ଲାବାସୀ । ଆଉ ମାତ୍ର ୪ ଦିନ ପରେ ଅର୍ଥାତ୍ ଆସନ୍ତା ୩୧ ତାରିଖରୁ କେସିଙ୍ଗା ବ୍ଲକ ଉତ୍କେଲା ଉଡ଼ାଜାହାଜ ପଡିଆରୁ ବିମାନ (Bhubaneswar to Utkela airport flight service)  ସେବା ଆରମ୍ଭ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଗୁରୁବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସ ମାଧ୍ୟମରେ ଗ୍ବାଲିଅରରୁ ଏହାର ଶୁଭାରମ୍ଭ କରିବାକୁ ଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ନିକଟରେ କଳାହାଣ୍ତି ଉତ୍କେଲାରୁ ବିମାନ ଉଡିବା ନେଇ ଜିଲ୍ଲାପାଳ (kalahandi collector P. Anvesha Reddy) ଟୁଇଟ ଯୋଗେ ସୂଚନା ଦେଇଥିଲେ । ୧୯୬୨ ମସିହାରେ ଉତ୍କେଲା ଗ୍ରାମରେ ଉଡ଼ାଜାହାଜ ପଡିଆ ସ୍ଥାପିତ ହୋଇଥିଲା । ସରକାର ୨୦୧୬ ଅକ୍ଟୋବର ୨୧ ତାରିଖରେ ଉଡ଼ାନ ଯୋଜନାରେ ଏହାକୁ ସାମିଲ କରି ଉତ୍କେଲାରୁ ବିମାନ ଚଳାଚଳ ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ସରିବା ପରେ କିଛିଦିନ ତଳେ ଉତ୍କେଲା ବିମାନବନ୍ଦର ଗସ୍ତରେ ଆସିଥିବା ଦିଲ୍ଲୀ (ଡିଜିସିଏ) ତରଫରୁ ୨-ବି ଲାଇସେନ୍ସ ଉତ୍କେଲା ବିମାନବନ୍ଦରକୁ ପ୍ରଦାନ କରାଯାଇଥିଲା। ତେବେ ଆସନ୍ତା ୩୧ ତାରିଖରୁ ବିମାନ ସେବା ଆରମ୍ଭ ହେବ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଉତ୍କେଲାରୁ ରାୟପୁରକୁ ସେବା ଆରମ୍ଭ ହେବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।


Also Read-Weather Update: ଆସୁଛି ଆଉ ଏକ ଲଘୁଚାପ! ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା


ପ୍ରକାଶ ଥାଉ କି, ବିମାନ ଉଡ଼ାଣ ପାଇଁ ସମସ୍ତ ମାନଦଣ୍ତ ଯାଞ୍ଚ ହେବା ପରେ ଡ଼ିଜିସିଏ (DGCA) ପକ୍ଷରୁ ଏହି ଅନୁମତି ମିଳିଥିଲା । ୯ ଜଣ ଯାତ୍ରୀ ବିଶିଷ୍ଟ ବିମାନ ଚାଳିବା ନେଇ ପୂର୍ବରୁ ପ୍ରସ୍ତୁତି ସରିଛି । ଗତ କିଛି ଦିନ ତଳେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଏହାକୁ ଲାଇସେନ୍ସ ଦିଆଯିବା ନେଇ ସୂଚନା ଦେଇଥିଲେ । ଏହାପରେ ଜୁଲାଇ ୩୧ ତାରିଖରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର (Biju Patnaik International Airport) କର୍ତ୍ତୃପକ୍ଷ ଓ ସୁରକ୍ଷା ଅଧିକାରୀ ଆସି ଉତକେଲାରେ ଯାଞ୍ଚ କରିଥିଲେ । ସବିଶେଷ ରିର୍ପୋଟ ପରେ ବିମାନ ଉଡ଼ାଣ ନେଇ ଅନୁମତି ମିଳିଥିଲା । ଚଳିତ ବର୍ଷ ଗତ ମାର୍ଚ୍ଚ ୫ ତାରିଖରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ତାକୁ ବିମାନ (Bhubaneswar to Rangeilunda flight service) ଉଡ଼ାଣ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ ।