Weather Update: ଆସୁଛି ଆଉ ଏକ ଲଘୁଚାପ! ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା
Advertisement

Weather Update: ଆସୁଛି ଆଉ ଏକ ଲଘୁଚାପ! ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

Weather Update: ରବିବାର ଦିନ ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା (Rain) ହୋଇଛି । ସେପଟେ ମୌସୁମୀ ଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ବାଲୁରଘାଟରୁ ମଣିପୁର, ଦରଭଙ୍ଗା ଆଡ଼କୁ ଲମ୍ବିଛି, ଯାହା ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । 

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ । ଫଳରେ ରବିବାର ଦିନ ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା (Rain) ହୋଇଛି । ସେପଟେ ମୌସୁମୀ ଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ବାଲୁରଘାଟରୁ ମଣିପୁର, ଦରଭଙ୍ଗା ଆଡ଼କୁ ଲମ୍ବିଛି, ଯାହା ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । ତେବେ ରାଜ୍ୟରେ ଆସନ୍ତା ଦୁଇ ଦିନ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 

ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପାଗ ଶୁଖିଲା ରହିବା ପରେ ୩୦ ତାରିଖ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଆଡକୁ ରାଜ୍ୟରେ ପୁଣି ବର୍ଷାର ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି (Thunderstorm) ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବିଭାଗ କହିଛି । ସେହିପରି ୩୧ ତାରିଖରେ ମଧ୍ଯ ବର୍ଷା ହେବା ନେଇ ସମ୍ଭବନା ରହିଛି । ତେବେ ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପସାଗରେ ଲଘୁଚାପ (low pressure) ସୃଷ୍ଟି ନେଇ ପାଗ ଅନୁକୂଳ ହେବ ବୋଲି ଅନୁମାନ କରାଯାଉଛି । ଏହାସହ ଉତ୍ତର-ପୂର୍ବ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହି ସମୟରେ ଢେଙ୍କାନାଳ ଓ ଅନୁଗୁଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଉଛି।

ପ୍ରକାଶ ଥାଉ କି, ଗତ ଜୁନ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ମଧ୍ଯରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଏବେ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ଓ ଅବଶିଷ୍ଟ ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।

Also Read-Jayanta Mohapatra Passes Away: ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେମିତି ପରିଚିତ