Odisha News:(ମନୋଜ ମଲିଆ) ଯଶିପୁର ଗସ୍ତରେ ଥିବା ଯଶିପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ଶିମିଳିପାଳ ଗସ୍ତରେ ଆସି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କୁ ଭେଟି ଦେଇଛନ୍ତି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସହ ଲୋକାର୍ପଣ କରିଛନ୍ତି ବହୁ ପ୍ରତିକ୍ଷୀତ ସାରୁଦା ବୁଢ଼ାବଳଙ୍ଗ ପୋଲ , ଦୀର୍ଘ ଦିନ ଧରି ସାରୁଦା ଗ୍ରାମବାସୀ ବୁଢ଼ାବଳଙ୍ଗ ନଦୀରେ ପୋଲ ନଥିବାରୁ ସେଠାକାର ଲୋକେ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେଠାରେ ଆଜି ପୋଲକୁ ମନ୍ତ୍ରୀ ଲୋକାର୍ପଣ କରିଥିବାରୁ ସେଠାକାର ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସେହିପରି ପ୍ରଥମେ ବରେହିପାଣି ଗ୍ରାମ ପଞ୍ଚାୟର ସାନଉସ୍କି ଠାରେ ଥିବା ଗୋଷ୍ଠୀକେନ୍ଦ୍ରକୁ ଉଦ୍ଘାଟନ କରିଥିଲେ,ତାପରେ ଅସ୍ତକୁଅଁର ଗ୍ରାମ ପଞ୍ଚାୟତର ଗୋପିନାଥପୁର ଠାରେ ଚାଷୀମାନଙ୍କ ପାଇଁ ଏକ ଆଡିବନ୍ଧର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ସାରୁଦା ଗାଁ ଓ ବୁଢ଼ାବଳଙ୍ଗ ଗାଁର ସଂଯୋଗ ନିମନ୍ତେ ବୁଢ଼ାବଳଙ୍ଗ ନଦୀରେ ଏକ ସେତୁ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ତାପରେ ସେଠାରୁ ନିଜ ଗାଁ ବଳରାମପୁରକୁ ଯିବା ପାଇଁ ଠୁଣ୍ଟା ନାଳ ଉପରେ ନିର୍ମାଣ ଚାଲିଥିବା ଏକ ସେତୁର କାର୍ଯ୍ୟକୁ ନିରୀକ୍ଷଣ କରି ବଳରାମପୁର ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଯଶିପୁରକୁ ଫେରି ଆସିଥିଲେ,ତେବେ ଆଗାମୀ ଦିନରେ ଶିମିଳିପାଳରେ ଆହୁରି ଉନ୍ନୟନ ମୂଳକ କାର୍ଯ୍ୟ ହେବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।