ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦନ ରାଉତ (Dr Damodar raut) ଅସୁସ୍ଥ ହଠାତ ଅସୁସ୍ଥ ହେବା କାରଣରୁ ରାଜଧାନୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରୀ ଟିମ୍ ଡକ୍ଟର ଦାମୋଦର ରାଉତଙ୍କ ଚିକିତ୍ସା ଚଳାଇଛନ୍ତି । ଅନ୍ୟପଟେ ଆଜି ଡିସେମ୍ୱର ୧୪ ଦାମୋଦରଙ୍କର ଜନ୍ମଦିନ (Birthday) ହୋଇଥିବାରୁ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ହସପିଟାଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଦାମୋଦରଙ୍କୁ ଅନେକ ଶୁଭେଚ୍ଛାବାର୍ତ୍ତା ମିଳିଥିବା ସୂଚନା ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ପୂର୍ବରୁ ଶାସକ ଦଳର ହେବିୱେଟ୍ ନେତା ଥିଲେ ଡକ୍ଟର ଦାମୋଦର ରାଉତ । ଓଡ଼ିଶା ରାଜନୀତିରେ ସେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ । କିନ୍ତୁ କିଛି ବର୍ଷ ଧରି ସକ୍ରିୟ ରାଜନୀତିରୁ ବିରତି ନେବା ପରେ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେଡିରେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଡ. ଦାମୋଦର ସବୁବେଳେ ନିଜର ରୋକଠୋକ କଥା ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ବର୍ତ୍ତମାନ ଜନ୍ମଦିନରେ ଦାମୋଦରଙ୍କ ଅସୁସ୍ଥତା ଖବର ପ୍ରଶଂସକଙ୍କୁ ନିରାଶା କରିଛି । ପୂର୍ବରୁ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ଦାମୋଦର ଅସୁସ୍ଥ ଅନୁଭବ କରିଥିଲେ । ସେତେବେଳେ ଏକ ଘରୋଇ ଡାକ୍ତରଖାନାରେ ଦୀର୍ଘ ସମୟ ଚିକିତ୍ସା ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ ।


Also Read- ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'


Also Read- Crime News: ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅନୈତିକ ସମ୍ପର୍କ ପାଇଁ ହତ୍ୟା