କେନ୍ଦ୍ରାପଡା: ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ନିର୍ବାଚନ ଲଢିବେନି ବୋଲି ସୂଚନା ମିଳିଛି । ଦେବେନ୍ଦ୍ରଙ୍କ ସ୍ଥାନରେ ତାଙ୍କ ଝିଅ ଦେବସ୍ମିତା ଶର୍ମା ପ୍ରାର୍ଥୀ ହେବେ ବୋଲି ଦେବେନ୍ଦ୍ର ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବେନ୍ଦ୍ର କହିଛନ୍ତି ଯେ, ମୋର ବୟସ ୬୫ ଛୁଇଁଲାଣି ତେଣୁ ମୁଁ ଆଉ ନିର୍ବାଚନ ଲଢିବିନି ବୋଲି ନିଷ୍ପତ୍ତି ନେଇସାରିଛି । କଂଗ୍ରେସ ଟିକଟରୁ ମୋ ଝିଅ ଲଢୁ ବୋଲି ମୋର ଇଚ୍ଛା ରହିଛି ଏବଂ ମୋ ଝିଅ ମଧ୍ୟ ଏନେଇ ଆଗ୍ରହୀ ଅଛି । ଦେବସ୍ମିତା ଜଣେ ଡାକ୍ତର ସେ ରାଜନୀତିକୁ ଓହ୍ଲାଇବା ପାଇଁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛି । ନିକଟରେ କଂଗ୍ରେସ ନିର୍ବାଚନ କମିଟିରେ ଆଳି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଝିଅ ନିର୍ବାଚନ କମିଟି ନିକଟରେ ଆବେଦନ କରିଥିବା କଥା ଦେବେନ୍ଦ୍ର କହିଛନ୍ତି ।


ଅନ୍ୟପଟେ ଦେବେନ୍ଦ୍ରଙ୍କ ଝିଅ ଦେବସ୍ମିତା ଶର୍ମା ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ମୋର ବାପାଙ୍କୁ ଆଦର୍ଶ ଭାବେ ମାନି ତାଙ୍କ ପ୍ରେରଣାରେ ରାଜନୀତିରେ ପାଦ ଦେବାକୁ ଯାଉଛି ।


Also Read- ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍
Also Read- Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...