ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍
Advertisement
Article Detail0/zeeodisha/odisha2118027

ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍

ଜଳେଶ୍ୱର ଥାନା ନିକଟସ୍ଥ ଏକ ଅଞ୍ଚଳରେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି । ଏ ସମ୍ପର୍କରେ ଦୋକାନୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ପାଖାପାଖି ୫ ଲକ୍ଷ ଟଙ୍କାର ବିଭିନ୍ନ ଗହଣା ସହିତ ନଗଦ ଟଙ୍କା ତାଙ୍କଠାରୁ ଲୁଟ୍ କରିଛନ୍ତି ଲୁଟେରା ।

ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍

ବାଲେଶ୍ୱର: ଜଳେଶ୍ୱର ଥାନା ନିକଟସ୍ଥ ଏକ ଅଞ୍ଚଳରେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି । ଏ ସମ୍ପର୍କରେ ଦୋକାନୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ପାଖାପାଖି ୫ ଲକ୍ଷ ଟଙ୍କାର ବିଭିନ୍ନ ଗହଣା ସହିତ ନଗଦ ଟଙ୍କା ତାଙ୍କଠାରୁ ଲୁଟ୍ କରିଛନ୍ତି ଲୁଟେରା ।

ସୂଚନା ମୁତାବକ, ସୁନା ଦୋକାନୀ ଚନ୍ଦନ ରଣା ଗତକାଲି ରାତି ପାଖାପାଖି ୯.୩୦ ସମୟରେ ବଜାରରେ ଥିବା ନିଜ ଦୋକାନ ବନ୍ଦ କରି ନୂଆଗାଁକୁ ଫେରୁଥିଲେ । ଚନ୍ଦନ ବସଷ୍ଟାଣ୍ଡ୍ ପାଖ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ କଳା ପଲସର ବାଇକରେ ଦୁଇଜଣ ଲୁଟେରା ଚନ୍ଦନଙ୍କୁ ଅଟକାଇଥିଲେ । ଚନ୍ଦନଙ୍କୁ ବନ୍ଧୁକ ଦେଖାଇ ଭୟବୀତ କରିବା ସହ ତାଙ୍କଠାରୁ ସୁନାଗହଣା ସହ ନଗଦ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଲୁଟେରା । ପୋଲିସରେ ଅଭିଯୋଗ ପରେ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Also Read- Chandra Gochar 2024: କର୍କଟ ରାଶିରେ ଚନ୍ଦ୍ରଙ୍କ ଚଳନ, ୫ ରାଶି ପାଇଁ ବଡ଼ ଲାଭ

Also Read- Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...