PM Laid Foundation Stone Railway Infrastructure Project: ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫୦୦୦ କୋଟି ଟଙ୍କା ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଇଣ୍ଟରଲକିଂ ସିଷ୍ଟମ, ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ, ଉତ୍ସର୍ଗୀକୃତ ମାଲ ପରିବହନ କରିଡ଼ର, ଗତି ଶକ୍ତି, ରେଳ କୋଚ୍ ରେସ୍ତୁରାଁ ସାମିଲ୍ ରହିଛି। ଏହା ସହିତ ବନ୍ଦେ ଭାରତ ଏକ୍ସପ୍ରେସ ସହ ଅନ୍ୟାନ୍ୟ ଟ୍ରେନ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟତ ହୋଇଛି। ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଆସୁଥିବା ଯାତ୍ରୀଙ୍କ ସୁସ୍ଥତା ଏବଂ କଲ୍ୟାଣ ପାଇଁ ଏଠାରେ ସୁଲଭ ମୂଲ୍ୟରେ ଜେନେରିକ ଔଷଧ ଯୋଗାଇ ଦିଆଯିବ। ସେହିପରି ପୁରୀ-ବିଶାଖାପାଟନମ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ବିଶାଖାପାଟନମ ଠାରୁ ଶୁଭାରମ୍ଭ ହୋଇଛି I ଏହି ଟ୍ରେନ ରାଜ୍ୟର ଦକ୍ଷିଣାଞ୍ଚଳର ଲୋକଙ୍କ ଚାହିଦା ପୂରଣ କରିବ। ପୁରୀ-ବିଶାଖାପାଟନମ୍ ବନ୍ଦେ ଭାରତ ଟ୍ରେନ, ପୁରୀ-ବିଶାଖାପାଟନମ୍ ମଧ୍ୟରେ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଏବଂ ବିଜୟୟନଗରମ୍ ଠାରେ ରହିବ।


ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧିନସ୍ଥ ୧୧ ରେଳ ଷ୍ଟେସନ ଠାରେ ୧୪ "ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ଉତ୍ସର୍ଗୀକୃତ ହୋଇଛି। ଏହି ଷ୍ଟେସନ ହେଉଛି ପୁରୀ, ଭୁବନେଶ୍ୱର, କଟକ, ଭଦ୍ରକ, ଖୋର୍ଦ୍ଧା ରୋଡ଼, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ପାଲାସା, ଅନଗୁଳ ଏବଂ ଢେଙ୍କାନାଳ। ଏହି ରେଳ ଷ୍ଟେସନ ଠାରେ ଥିବା "ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବ। ଏହା ସହିତ ସ୍ଥାନୀୟ/ସ୍ୱଦେଶୀ ଉତ୍ପାଦ ପାଇଁ ବଜାର ଯୋଗାଇବ। ସମାଜର ନିମ୍ନ ବର୍ଗଙ୍କ ପାଇଁ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବ।