ଗଞ୍ଜାମ: ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁରରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼ ଭିଜିଲାନ୍ସ ଦ୍ୱାରା ଗିରଫ । ଜମିଜମା ମାମଲାରେ ୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଚଢାଉ କରି ତାଙ୍କୁ ଗିରଫ କରିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କର ଜମିଜମା କାର୍ଯ୍ୟ କରାଇଦେବା ବାବଦରେ ଲାଞ୍ଚ ଆକାରରେ ୭ ହଜାର ଟଙ୍କା ମାଗିଥିଲେ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼ । ଏ ବାବଦରେ ବ୍ୟକ୍ତିଜଣକ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା । ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା ।


Also Read- ମନୋଜ ଆହୁଜା ଓଡ଼ିଶା ଫେରିବେ, କିଛି ଗୁରୁ ଦାୟିତ୍ୱ ନା ଅବସର ଯୋଜନା ?


Also Read- Lok Sabha Speaker: କିପରି ଚୟନ ହୁଅନ୍ତି ଲୋକସଭା ବାଚସ୍ପତି? ନିର୍ବାଚନ ହେଲେ NDA ନା INDIA କେଉଁ ପ୍ରାର୍ଥୀ ଜିତିବେ ?