Odisha News: କାଜୁ ତୋଟାରେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କଲା ପୋଲିସ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ କୁ ଓଜନ କରିବାରେ ୩ କୁଇଣ୍ଟାଲ ୪୮ କିଲୋ ଥିବା ପୋଲିସ ପକ୍ଷରୁ ଜଣାପଡିଛି । ଚଢ଼ାଉ ବେଳେ ଚୋରା ଚାଲାଣରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଯାହା ଫଳରେ କୈାଣସି ବ୍ୟକ୍ତି ଗିରଫ ହୋଇନଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING


ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଜପତି ଏସପି ସ୍ବାତି ଏସ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ଅଡବା ଥାନା ଦାୟିତ୍ଵ ଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ଅଡବା ଥାନା ଷ୍ଟାପ ମିଳିତ ଭାବେ ରବିବାର ଅପରାହ୍ନ ସମୟରେ ବାଛିପଙ୍କା ଗ୍ରାମ ନିକଟରେ ଥ‌ିବା କାଜୁ ଜଙ୍ଗଲ ରେ ଚଡାଉ କରିଥିଲେ । ଚଢ଼ଉ ବେଳେ କାଜୁ ଜଙ୍ଗଳର ଗୋଟିଏ ସ୍ଥାନରେ ୩ କୁଇଣ୍ଟାଲ ୪୮ କିଲୋ ୯ ଶହ ଗ୍ରାମ ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୁଲ୍ୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ହେବ ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶ୍ବିନୀ ନାୟକ । ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ । ଉକ୍ତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତି କରାଯାଉଥିଲା ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।